ପାନୀୟ ଜଳ ଅଭାବରୁ ମୁଖ୍ୟରାସ୍ତା ଅବରୋଧ କଲେ ମହିଳା ଆର,ଉଦୟଗିରି(ମନୋଜ କୁମାର ପାଢୀ) – ପାନୀୟ ଜଳ ଅଭାବରୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ପରିସଲ ଗ୍ରାମରେ ଏକ ମାସ ହେବ ଗ୍ରାମବାସୀକୁ ପାଣି ଯୋଗାଣ ନ ହୋଇ ଥିବା ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ନପାଇ ବୁଧବାର ଗାଁର ସମସ୍ତ ମହିଳା ରାସ୍ତା ଅବରୋଧ କରିଛନ୍ତି, ଫଳରେ326ଏ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ମୁଖ୍ୟରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି । ଏହି ଖବର ପାଇ RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି ପହଞ୍ଚି ମହିଳାମାନଙ୍କୁ ବୁଝା ସୁଜା କରିବା ସହ ଗ୍ରାମ୍ୟ ଜଳ ଓ ପରିମଳ କମିଟି ନୂତନ ଗଠନ କରାଯିବା ସହ କମିଟି ସହମତେ କ୍ରମେ ମହିଳା ମଣ୍ଡଳ ସଦସ୍ୟଙ୍କୁ ଗ୍ରାମ ପାଣି ଛାଡିଡାକୁ ଚାବି ହସ୍ତାନ୍ତର କରାଗଲା ବୋଲି ଯନ୍ତ୍ରୀ କହିଛନ୍ତି ।
Related Posts
ନିଷ୍ଠା ପରିବାର ବରଗଡ ଦ୍ଵାରା ଅସହାୟ ଶବ ସତ୍କାର କରାଯାଇଥିଲା।
ନିଷ୍ଠା ପରିବାର ବରଗଡ ଦ୍ଵାରା ଅସହାୟ ଶବ ସତ୍କାର କରାଯାଇଥିଲା। ବରଗଡ ୧-୧୧-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି ଗ୍ରାମ ରେ ବସବାସ…
ରାତି ଅଧିଆ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କଲେ ବୁଡି ଅଂଚଳବାସୀ
ରାତି ଅଧିଆ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କଲେ ବୁଡି ଅଂଚଳବାସୀ ଆର, ଉଦୟଗିରି( ମନୋଜ କୁମାର ପାଢୀ ତାରିଖ – 30/05/2024 – ଗତ ଏପ୍ରିଲ…
ଯୁବତୀଙ୍କ ହାତ ଉପରେ ମାଡ଼ିଗଲା ମୋ ବସ୍
ଯୁବତୀଙ୍କ ହାତ ଉପରେ ମାଡ଼ିଗଲା ମୋ ବସ୍ ଭୁବନେଶ୍ୱର: ଭୁବନେଶ୍ବରରେ ‘ମୋ ବସ୍’ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ପାଖରେ…