ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ .. ଗଜପଜ (୮/୭/୨୦୨୪) ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀ ବିନୋଦ ଚନ୍ଦ୍ର ଜେନା,ଗୁରୁ ରଘୁନାଥ ପାତ୍ର, ଶ୍ରୀମତୀ ଆଶଳତା ପାଣିଗ୍ରାହୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ପବିତ୍ର ବାହୁଡା ଯାତ୍ରା ତଥା ୧୫ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ପ୍ରତିଦିନ ସନ୍ଧ୍ୟା ୭.ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଜିଲ୍ଲାପାଳ ଓ ଅନ୍ୟ ଅତିଥି ଗଣ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଜପତି ଜିଲ୍ଲାର ନୃତ୍ୟ ଓ ସଂଗୀତ ଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସେହି ପ୍ରଥାକୁ ସମ୍ମାନ ଜଣେଇ ଆମେ ଏହି ପ୍ରୟାସ କରିଛୁ ,ପାରଳା ଓଡିଶୀ ନୃତ୍ୟ ସାର ରାଜ୍ୟରେ ପ୍ରସିଦ୍ଧ ଲାଭ କରିଛି ବୋଲି କହିଛନ୍ତି। ଆଜି ପ୍ରଥମ ସନ୍ଧ୍ୟାରେ ଭକ୍ତି ସଙ୍ଗୀତ ସଂସଦ ର କଳାକାର ମାନଙ୍କ ଦ୍ବାରା ଭଜନ ସମାରୋହ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ନରସିଂହ ବାଜୁବନ୍ଧ ଓ ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢ଼ୀ
Related Posts

୩ ସନ୍ତାନ ପ୍ରସବ କଲେ ମହିଳା
୩ ସନ୍ତାନ ପ୍ରସବ କଲେ ମହିଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଲକର ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଜଣେ ମହିଳା । ମହିଳା…

ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ।
ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ । ଗଜପତି : ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର…

ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଗୁପ୍ତଧନ ମିଳିଛି।
ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଗୁପ୍ତଧନ ମିଳିଛି। ଏହା କାହାଣୀ ଭଳି ମନେ ହେଉଥିଲେ ମଧ୍ୟ ଏକ ସତ ଘଟଣା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ…