ପିକାଅପ୍ – ବାଇକ ମୁହାଁ ମୁଁହି ଧକ୍କା, ପୁଅ ମୃତ ମା ଗୁରୁତର ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବାଇକ ଦୁର୍ଘଟଣାରେ ପୁଅ ମୃତ ଓ ମାଁ ଗୁରୁତର ଆହତ । ଏଭଲି ଅଘଟଣ ଘଟିଛି ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୁଆଗଡ ବ୍ଳକ ତାରମାଙ୍ଗଡା ନିକଟରେ । ଏକ ମ୍ୟାକ୍ସ ପିକାଅପ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ଆହତ ହୋଇଥିବା ବାଇକରେ ଥିବା ଉଭୟ ମାଁ ଓ ପୁଅ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମୁଲାନ୍ସ ଯୋଗେ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଭତ୍ତି କରିଥିଲେ । ସେଠାରେ ବାଇକ ଚାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଜଣକ ଗୁଣୁପୁର ଶାନ୍ତି ନଗରର ୨୪ ବର୍ଷାୟୁ ବକ ଯିପହ କାଡ୍ରାକା ବୋଲି ଜଣାପଡିଛି । ଖବର ନେବାରେ ଜଣାପଡିଛି ଯେ କୌଣସି ଏକ ଘରୋଇ କାମରେ ଗୁଣୁପୁର ଠାରୁ ନିଜ ମାଁଙ୍କୁ ଧରି ବଡପଦା ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ମ୍ୟାକ୍କ ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶୀକାର ହୋଇଥିଲେ । ଖବରପାଇ ଖଜୁରୀପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିଥିଲେ । ଦୁର୍ଘଟଣାରେ ମୃତ ପରିବାର ଖଜୁରୀପଦା ମେଡିକଲ ପରିସରରେ ସହାୟତା ଦାବୀ ନେଇ ଚାପ ଉତ୍ତେଜନା ସୃଷ୍ଟି ହୋବାଥିବା ଦେଖିବାକୁ ମିଳିଛି । ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲେ । ଉଭୟ ପରିବାର କଥା ପରେ କ୍ଷେତି ପୂରଣ ଦେବାକୁ ରାଜି ହୋଇଥିଲେ । ଏନେଇ ଖଜୁରୀପଦା ଫାଣ୍ଡିରେ କେସ ନଂ ୬୨/୨୪ ମାମଲା ଜୁରୁକରିବା ସହ ଆଜି ଶବକୁ ବେବ୍ୟଛଦ ପାଇଁ ପାରଳାଖେମୁଣ୍ଡି ମେଡିକଲ ପାଠାଯିବ ବୋଲି ଖଜୁରୀପଦା ଫାଣ୍ଡି ଅଧିକାରୀ କହିଛନ୍ତି । ସେ ଏହା କହିଥିଲେ ଯେ ବାଇକ୍ ଚାଳକ ମ୍ୟାକ୍ସ ପିକାଅକା ନେଇ ଧକ୍କା ଦେଇଥିଲେ ।
Related Posts

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ସହଁରା ପାଲି ରେ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ସହଁରା ପାଲି ରେ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼ – (ଭବାନୀ ଶଙ୍କର…

ଜଙ୍ଗଲ ନିଆଁ ଦଉ ରୁ ରକ୍ଷା ନିମନ୍ତେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି ଅନୁଷ୍ଠିତ
ଜଙ୍ଗଲ ନିଆଁ ଦଉ ରୁ ରକ୍ଷା ନିମନ୍ତେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି ଅନୁଷ୍ଠିତ ରାୟଗଡା : ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ…

ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ।
ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ। ବରଗଡ –…