ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ଭରରେ ବୁହା ହେଲା ଗର୍ଭବତୀ ମହିଳା । ଆର,ଉଦୟଗିରି(ମନୋଜ କୁମାର ପାଢୀ) ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ୨ କିମି ଭରରେ ବୁହା ହେଲା ଗର୍ଭବତୀ ମହିଳା l ତାହା ପୁଣି ଅତି ଶୋଚନୀୟ ଅବସ୍ଥାରେ ନଦୀ ପାର କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବେତେଗଣ୍ଡା ଗାଁରେ । ଗାଁର ଆମୋଷ ମାଝୀଙ୍କ ପତ୍ନି ସୁନିତା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା l ଶ୍ରୀରାମପୁର ଗାଁ ନିକଟରେ ଆମ୍ବୁଲାନ୍ସଅଟକି ଯାଇଥିଲା l ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ ସେଠାରୁ ମହିଳାଙ୍କୁ ଗାଁ ଠାରୁ ଭାରରେ ବୋହି ଘାଟି ରାସ୍ତା ଓ ନଦୀ ପାର କରି ଆଣି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମେଡ଼ିକାଲରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିବା ପରେ ବର୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି l
Related Posts
ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଜନ ଅସନ୍ତୋଷ ବୃଦ୍ଧି
ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ, ଜନ ଅସନ୍ତୋଷ ବୃଦ୍ଧି ଗଜପତି (୧୬/୬/୨୦୨୪):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡଗୋଷାଣି ପଞ୍ଚାୟତ ଇଂଲିଶପେଣ୍ଠ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ହଠାତ କାଟ୍…
ବିଜୁଳି ଆଲୁଅରୁ ବଞ୍ଚିତ କଣ୍ଟବଣ ସାହି
ବିଜୁଳି ଆଲୁଅରୁ ବଞ୍ଚିତ କଣ୍ଟବଣ ସାହି ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦେଶ ସ୍ବାଧିନତାର ୭୭ ବର୍ଷ ପରେ ଗଜପତି ଜିଲ୍ଲା ନୁଆଗଡ ବ୍ଲକର ବଣ ଜଙ୍ଗଲ ପାହଡ…
ରାମ ଗିରି ଠାରେ ଜିଲ୍ଲା ସ୍ଥରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ l
ରାମ ଗିରି ଠାରେ ଜିଲ୍ଲା ସ୍ଥରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ l ଆର, ଉଦୟଗିରି(ମନୋଜ କୁମାର ପାଢୀ)-ଆଜି ଗଜପତି ଜିଲ୍ଲା ରାମଗିରି ଠାରେ ଆଦିବାସୀ ଉନ୍ନୟନ ବିଭାଗ ତରଫରୁ…