ପୁରୀ ରେ ଅନୁଷ୍ଠିତ ହେବ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ: ଶ୍ରୀଜଗନ୍ନାଥ ଚିନ୍ତା ଚେତନା ୱାର୍ଲଡ ୱାଇଡ ପକ୍ଷରୁ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ ଟାଉନ ହଲ ରେ ଜାନୁଆରୀ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟ ଟ୍ରଷ୍ଟି ଶ୍ରୀ ରମେଶ ବିଶ୍ୱାଳ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ସଂଗ୍ରାମ ପଟ୍ଟନାୟକ, ଶ୍ରୀ ରଘୁନାଥ ଗୋଛିକାର ଓ ଡ ନାରାୟଣ ମହାପାତ୍ର ଯୋଗଦେଇ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ପୁରୀ ଗୋଲଡେନ ପାଲେସ ରିଭେରା ହୋଟେଲ ରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପୁରୀ ଗଜପତି ମହାରାଜ ଙ୍କ ପ୍ରସ୍ତାବ ଅନୁଯାଇ ଚଳିତ ବର୍ଷ “ଚିନ୍ତନ ଓ ଚିନ୍ତା ରେ ଶ୍ରୀଜଗନ୍ନାଥ “ସମ୍ବଦ୍ଧିୟ ବିଷୟରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମ କୁ ଜାନୁୟାରୀ ୭ ସକାଳ ୧୦ଘଟିକା ରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବେ। ଏଥିରେ ବହୁ ବିଶିଷ୍ଠ ସାଧୁ ଓ ସନ୍ଥ ମାନେ ଯୋଗ ଦେବେ। ପୂଜ୍ୟ ସ୍ୱାମୀ ନିର୍ଲିପ୍ତା ନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି ଭାବେ ଉଦଘାଟନ ଦିବସ ରେ ତାଙ୍କ ଆଶ୍ରିବଚନ ପ୍ରଦାନ କରିବେ। ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ପୂଜ୍ୟ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ପୂଜ୍ୟ ସ୍ୱାମୀ ଶିବଚ୍ଚିଦାନନ୍ଦ ମହାରାଜ,ପୂଜ୍ୟ ପରମହଂସ ପ୍ରଜ୍ଞାନନନ୍ଦ ମହାରାଜ, ପୂଜ୍ୟ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ,ପୂଜ୍ୟ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ,ପୂଜ୍ୟ ମହନ୍ତ ରାମ ଶରଣ ମହାରାଜ, ପୂଜ୍ୟ ସ୍ୱାମୀ ଅଭୟାନନ୍ଦ ମହାରାଜ ମଧ୍ୟ ଯୋଗଦେଇ ନିଜର ଆଶ୍ରି ବଚନ ଦେବେ। ଏହି ସମାବେଶ ରେ ପ୍ରାୟ ୪୩ଟି ଦେଶ ରୁ ଓଡ଼ିଆ ଭାଇ ମାନେ ଆସି ଯୋଗଦେବେ। ଭାରତ ଓ ଭାରତ ବାହାରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରିବା ଅନୁଷ୍ଠାନ ର ମୁଖ୍ୟ ଉଦେଶ୍ୟ। କାର୍ଯ୍ୟକ୍ରମ ରେ ପ୍ରଶ୍ନୋତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଏହି ସମାବେଶ ରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରାଯିବ ସହିତ ମହାପ୍ରଭୁ ଙ୍କ ୧୨ ଗୋଟି ବେଶ, ପୁସ୍ତକ ପ୍ରଦର୍ଶନୀ,ବାଲୁକା କଳା,ଭଜନ କୀର୍ତନ, ମହାପ୍ରସାଦ ସେବନ ମଧ୍ୟ କରାଯିବ । ଶେଷ ଦିନ ଜାନୁୟାରୀ ୯ ତାରିଖ ସନ୍ଧ୍ୟା ରେ ସମସ୍ତେ ମହୋଦଧି ଆଳତି ରେ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀଯୁକ୍ତ ରମେଶ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ। ଆଜିର ସଭା ରେ ନରେନ୍ଦ୍ର ନାୟକ, ଭଗବାନ ଦାଶ, ତ୍ରିଲୋଚନ ନାୟକ ଓ ବହୁ ଜଗନ୍ନାଥ ପ୍ରେମି ମାନେ ଉପସ୍ଥିତ ଥିଲେ।
Related Posts
ପେନାଗବେରୀ ଗ୍ରାମବାସୀଙ୍କ ପିଇବା ପାଣିର ସମସ୍ୟା ସ୍ଥାୟୀ ସମାଧାନ କଳା ଟିକାବାଲି ବ୍ଲକ ପ୍ରଶାସନ ।
ଟିକାବାଲି ପ୍ରଶାସନ ପେନାଗବେରୀ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଦ୍ୱାରା ପିଇବା ପାଣି ଓ ନଳକୂପ ଖୋଲା ହେଲା…………………………………କନ୍ଧମାଳ :- (କନ୍ଧମାଳ ଜିଲ୍ଲାରୁ କୁନା ଦିଗାଲଙ୍କ ରିପୋର୍ଟ ): ଟିକାବାଲି…
ଭାରତ ର ତୃତୀୟ ଶ୍ରେଷ୍ଠ ଆକାଂକ୍ଷା ବ୍ଲକ ଭାବେ ପଦ୍ମପୁର ବ୍ଲକ ବିବେଚିତ ହୋଇଥିବା ରୁ ଚଇତି 2024 ରେ ସମ୍ମାନିତ
ଭାରତ ର ତୃତୀୟ ଶ୍ରେଷ୍ଠ ଆକାଂକ୍ଷା ବ୍ଲକ ଭାବେ ପଦ୍ମପୁର ବ୍ଲକ ବିବେଚିତ ହୋଇଥିବା ରୁ ଚଇତି 2024 ରେ ସମ୍ମାନିତ ରାୟଗଡା : ରାୟଗଡା ଜ଼ିଲ୍ଲା…
ନୁଆଗଡ ରଷିଶୃଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
ନୁଆଗଡ ରଷିଶୃଙ୍ଗ ମହୋତ୍ସବ ଉଦଯାପନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଆର,ଉଦୟଗିରି(ମନୋଜ କୁମାର ପାଢୀ)-ଗଜପତି ଜିଲ୍ଲାରେ ନୁଆଗଡ ସଦର ମହକୁମା ସ୍ତିତ ମିନି ଷ୍ଟାଡିୟମରେ ମହୋତ୍ସବ…