ଟିକାବାଲି ପ୍ରଶାସନ ପେନାଗବେରୀ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଦ୍ୱାରା ପିଇବା ପାଣି ଓ ନଳକୂପ ଖୋଲା ହେଲା…………………………………କନ୍ଧମାଳ :- (କନ୍ଧମାଳ ଜିଲ୍ଲାରୁ କୁନା ଦିଗାଲଙ୍କ ରିପୋର୍ଟ ): ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ, ପେନାଗବେରୀ ଗ୍ରାମବାସୀଙ୍କ ପିଇବା ପାଣିର ସମସ୍ୟା ସ୍ଥାୟୀ ସମାଧାନ କଳା ଟିକାବାଲି ବ୍ଲକ ପ୍ରଶାସନ । ଗତ ବୁଧବାର ଦିନ ଗ୍ରାମବାସୀ ପିଇବା ପାଣି ପାଇଁ ଟିକାବାଲି ବ୍ଳକ କାର୍ଯ୍ୟାଳୟ ଆଗରେ ଅଞ୍ଚଳର ପୁରୁଷ ମହିଳା ବୁଧବାର ଦିନ ଧାରଣା ରେ ବସିଥିଲେ। ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ ଟ୍ୟାଙ୍କର ଯୋଗେ ପାଣି ଦିଆଯିବ ବୋଲି ଅଞ୍ଚଳବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ସରପଞ୍ଚ ସାଳିମା ପ୍ରଧାନ ଅଞ୍ଚଳର ପାଣି ସମସ୍ୟା କୁ ପ୍ରଶାସନ ନିକଟରେ ଅବଗତ କରିଥିଲେ l ପେନାଗବେରୀ ଅଞ୍ଚଳରପାଣି ସମସ୍ୟା କୁ ଖବର ପ୍ରସାରଣ କରିବା ସହିତ ସାମ୍ବାଦିକ ସଂଘ ତରଫରୁ ବ୍ଲକ ପ୍ରଶାସନ ଅଧିକାରୀ ଶ୍ରୀ ପାଢ଼ୀଙ୍କୁ ସ୍ଥାୟୀ ସମାଧାନ ପାଇଁ ଅବଗତ କରାଯାଇଥିଲା l ପେନାଗବେରୀ ଗ୍ରାମବାସୀ ଙ୍କୁ ଟ୍ୟାଙ୍କର ଯୋଗେ ପାଣି ଦିଆଗଲା ଏବଂ ଅଞ୍ଚଳ ବାସୀଙ୍କ ଅଭିଯୋଗ କ୍ରମେ ପ୍ରଶାସନ ତରଫରୁ ନଳକୂପ ଖନନ କରାଗଲା । ପେନାଗବେରୀ ଗ୍ରାମବାସୀଙ୍କ ମନରେ ଖୁସି ଓ ଆନନ୍ଦ କହିଲେ ନ ସରେ କାରଣ ଅନେକ ଦିନର ଦୁଃଖ ଓ କଷ୍ଟ ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉଥିଲେ ଗ୍ରାମବାସୀ ଦେବ ଦୂତ ସାଜି ଉଦ୍ଧାର କଲେ ବି ଡ଼ି ଓ. ମନୋଜ କୁମାର ପାଢ଼ୀ l ଏହି ଖୁସି ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଜି ଉଦୟଗିରି ଏସ୍ ଡି ଓ , ଶ୍ରୀ ଯୁକ୍ତ ରଙ୍କନିଧି ମାଝି , ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାରାୟଣ ନାୟକ ଙ୍କୁ, ସାମ୍ବାଦିକ ସଂଘ ଟିକାବାଲି,ସମସ୍ତ ଗ୍ରାମବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Related Posts

ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ .
ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ …. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ): ଟିକାବାଲି ବ୍ଲକ ର କଟିମାହା ଓ…

ଭୁବନେଶ୍ୱର ଠାରେ ୧୪ ତମ ସର୍ବ ଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା ୨୦୨୪….
ଭୁବନେଶ୍ୱର ଠାରେ ୧୪ ତମ ସର୍ବ ଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା ୨୦୨୪…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲାର ପ୍ରଥମ ଦିନର…

ଗଦଗୁଡ଼ା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା
ଗଦଗୁଡ଼ା କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ବୁଧବାର ଦିନ ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗଦଗୁଡ଼ା କ୍ଲଷ୍ଟରରେ ସି. ଆର୍.ସି. ସି…