ପୋଲିଓ ମୁକ୍ତ ଲକ୍ଷ୍ୟ ନେଇ ରୋଟାରୀ କ୍ଲବ ପକ୍ଷରୁ ସଚେତନତା… କନ୍ଧମାଳ -24/10( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ, ସାରା ବିଶ୍ୱ କୁ ପୋଲିଓ ମୁକ୍ତ କରିବା ଲକ୍ଷ୍ୟ ନେଇ ଗୁରୁବାର ବିଶ୍ୱ ପୋଲିଓ ଦିବସ ଅବସରରେ ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଲି ମେଡିକାଲ ଛକ ରୁ ବାହାରି କୋର୍ଟ ଛକ ଦେଇ ବିଜୁ ପଟନାୟକ ଛକରେ ପହଞ୍ଚିଥିଲା l ରୋଟାରୀ କ୍ଲବ ର ପୂର୍ବତନ ସଭାପତି, ସମାଜସେବୀ ରୋଟାରୀଆନତଥା ପୋଲିଓ ପ୍ଲସ ଅଧ୍ୟକ୍ଷ କୁନ୍ଦନ ସିଂହଙ୍କ ନେତୃତ୍ୱରେ ଫୁଲବାଣୀ ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଛାତ୍ରୀ ମାନେ ହାତରେ ବେନରଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ମେଡିକାଲ ଛକ ରୁ ବାହାରି କୋର୍ଟ ଛକ, ଗୋପବନ୍ଧୁ ଛକ ଦେଇ ବିଜୁପଟନାୟକ ଛକ ରେ ପହଂଚି ଥିଲେ l ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଟ୍ୟୁଟର ପ୍ରଦୀପ୍ତା ମଞ୍ଜରୀ କିସାନ ସହଯୋଗ କରିଥିଲେ l ରାଲିରେ ରୋଟାରୀ କ୍ଲବ ର ବରିଷ୍ଠ ସଦସ୍ୟ ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ପଦ୍ମ ଚରଣ ସ୍ୱାଇଁ, ପ୍ରସନ୍ନ ପଣ୍ଡା, ମନୋରଞ୍ଜନ ପଟନାୟକ, ପ୍ରକାଶ ପଣ୍ଡା, ପ୍ରେସ କ୍ଲବ ସଭାପତି ତଥା ରୋଟାରୀଆନ ସୁନୀଲ ପଟନାୟକ, ସମ୍ପାଦକ ବିଜୟ ପଟନାୟକ,ବିରଜା ନାହାକ,ପୂର୍ବତନ ସଭାପତି ରବୀନ୍ଦ୍ର ସୁବୁଦ୍ଧି, ଦେବେନ୍ଦ୍ର ପାତ୍ର, ବିରାଜିନୀ ମହାପାତ୍ର, ମିନି ନାୟକ,ଇଂ କେ ଜ୍ଞାନ ରଞ୍ଜନ ଦୋରା,ପ୍ରମୁଖ ରାଲି ରେ ସାମିଲ ହୋଇଥିଲେ l
Related Posts
ଚିକିତ୍ସା ଅବହେଲାରୁ ରୋଗୀ ମୃତ୍ୟୁ
ଚିକିତ୍ସା ଅବହେଲାରୁ ରୋଗୀ ମୃତ୍ୟୁ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ଡାକ୍ତର ନ ଆସିବାରୁ…
ଅପରାଧୀକ ଷଡ଼ଯନ୍ତ୍ର ମାମଲା ରେ ଅଭିଯୁକ୍ତ ବିଧାୟକ ରମେଶ ଯେନା ଙ୍କ ସମେତ ୯ ନିର୍ଦୋଷରେ ଖଲାସ।
ଅପରାଧୀକ ଷଡ଼ଯନ୍ତ୍ର ମାମଲା ରେ ଅଭିଯୁକ୍ତ ବିଧାୟକ ରମେଶ ଯେନା ଙ୍କ ସମେତ ୯ ନିର୍ଦୋଷରେ ଖଲାସ। ଗଞ୍ଜାମ:ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷ…
ଜୁଲାଇ ୧୪ ରେ ଖୋଲିପାରେ ରତ୍ନଭଣ୍ଡାର
ଜୁଲାଇ ୧୪ ରେ ଖୋଲିପାରେ ରତ୍ନଭଣ୍ଡାର ପୁରୀ: ଜୁଲାଇ ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ…