ପୌର ପରିଷଦ ପକ୍ଷରୁ ଭୀମଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ରାୟଗଡା : ରାୟଗଡ଼ ପୌରପରିଷଦ ଅଧିନସ୍ଥ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ପୌରପରିଷଦ ର ବିଭିନ୍ନ ୱାର୍ଡ ରୁ ୪୯୫ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ୫୬ ଜଣ ଦୃଷ୍ଟିଶକ୍ତି ବାଧିତ,୬୨ ଜଣ କର୍ଣ୍ଣ, ନାସା ଓ ଗଳା ଶକ୍ତି ବାଧିତ, ୧୨୨ ଜଣ ଶାରୀରିକ ବାଧିତ, ୪୮ ଜଣ ମାନସିକ ଭିନ୍ନକ୍ଷମ, ୬ ଜଣ ସିପି, ଓ ୮ ଜଣ ରକ୍ତ ହୀନତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ୨୫ ଜଣଙ୍କୁ ଚକ ଲଗା ଚଉକି, ୩ ଜଣଙ୍କୁ ସିପି ଚଉକି, ୮ ଜଣଙ୍କୁ ଆଶା ବାଡି, ୧୬ ଜଣଙ୍କୁ ତିନି ଚକିଆ ସାଇକେଲ ଓ ୭ ଜଣଙ୍କୁ ଧଳା ବାଡି, ୨୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା। ରାୟଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ , ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ସମସ୍ତ କାଉନସିଲର ବୃନ୍ଦ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାୟଗଡ଼ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ପୌରପରିଷଦ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କ୍ରିଷ୍ଣାନୁଜା ବେହେରା, ପି ଏ ମିଲନ ଗଣନାୟକ , ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ରାୟଗଡ଼ ପୌରପରିଷଦ ଏବଂ ଅନ୍ୟାନ୍ୟ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଉଦଯାପିତା ହେଲା ଆଦିବାସୀ ମେଳା; ୧୨ ଦିନରେ ୯ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ
ଉଦଯାପିତା ହେଲା ଆଦିବାସୀ ମେଳା; ୧୨ ଦିନରେ ୯ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ଭୁବନେଶ୍ବର: ଭୁବନେଶ୍ଵରରେ ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭୁବେନଶ୍ବରର ୟୁନିଟ-୩…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଆଶିର୍ବାଦ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର କେ, ଝାଲରସିଂ ଗ୍ରାମଳ ଆଶିର୍ବାଦକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

Odisha Soil Conservation and Waterfront Development Director visited Baipariguda Block of Koraput district .
Odisha Soil Conservation and Waterfront Development Director visited Baipariguda Block of Koraput district today. Koraput collector along with other departmental…