ପ୍ରଚାର ବେଳେ ହଟହଟା ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ;
ଗାଡିରୁ ଭିଡିନେଇ କ’ଣ କରିଛ ପଚାରିଲେ ଜନନା ଗଜପତି ପ୍ରଥମେ ନେତାଙ୍କୁ ପ୍ରଚାର ଗାଡିରୁ ସମ୍ମାନରେ ଭିଡି ନେଲେ । ତାପରେ ପାଖ ମେଡିସିନ ଷ୍ଟୋରରେ ଚେୟାରରେ ବସେଇଲେ । ସେତେବେଳେ ଯାଏ ନେତା ଭାବୁଥିଲେ ଏ ନେଉଛନ୍ତି ହେଲେ ପ୍ରକୃତ କଥା କିଛି ଅଲଗା ଥିଲା । ବିଧାୟକ ପ୍ରାର୍ଥୀଙ୍କ ହାତକୁ ମିଃକ୍ରୋଫୋନଟେ ଧରେଇ ଦିଆଗଲା । ଆଉ ତାପରେ ଆରମ୍ଭ ହେଲା ପ୍ରଶ୍ନ ବାଣ । ଶୁଣୁ ଶୁଣୁ ଜଣାପଡିଲା ଏ ହେଉଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ । ବିଗତ ଥର ବି ଏଇ ମୋହନା ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇଁ ବିଧାୟକ ହୋଇଥିଲେ । ହେଲେ ବିଧାୟକ ହେବା ପରେ ବାବୁ ଭୁଲିଗଲେ ନିର୍ବାଚନମଣ୍ଡଳୀ ତଥା । ଆଉ ସୋଇ ପଡିଲେ ନିଘୋଡ ନିଦରେ । ପୁରା ପାଞ୍ଚ ବର୍ଷ ପରେ ବାବୁଙ୍କର ନିଦ ଭାଙ୍ଗିଲା , ଜନତାଙ୍କ ଏପରି ପ୍ରଶ୍ନରେ ବିଳି ବିଳାଇଲେ ଦାଶରଥି ଗମାଙ୍ଗ। ସେସବୁ ଠିକ୍ ଯେ ହେଲେ ୨ ବର୍ଷ ସିନା କୋଭିଡ ନାଁ ରେ ପରି ହେଇଗଲେ, ଆଉ ୩ ବର୍ଷରେ କଣ କଣ କାମ କରିଛ, ସେହି ହିସାବ ଟା ଏଠି ଦେଇ କି ଯାଅ । ବିଧାୟକ ବାବୁ କୁଆଡେ ୧୦୦ଥର ତାଙ୍କ ନିର୍ବାଚନମଣ୍ଡଳୀକୁ ଆସିଛନ୍ତି ତା ଲିଷ୍ଟ ଟା ଏଠି ଦେଇ ଦେଉ ନାହାନ୍ତି । ଲିଷ୍ଟ ଥିଲେ ସିନା ଦେବେ ।
ଜନତାଙ୍କ ପ୍ରଶ୍ନ ଶୁଣି ବିଧାୟକ ପ୍ରାର୍ଥୀ ପୁରା ଝାଳ ନାଳ ଆଣ୍ଠିଏ । ଦେଖୁନାହାନ୍ତି କେମିତି ତରତର ହୋଇ ବିଧାୟକ ବାବୁ ଗାଡି ରେ ବସି ଚାଲିଯାଇଥିଲେ । ତେବେ କାଇଁ ଏମିତି ନେତାଙ୍କୁ ହଟହଟା ହେବାକୁ ପଡିଲା ଶୁଣନ୍ତୁ ଅଞ୍ଚଳବାସୀଙ୍କ ମୁହଁରୁ । ଏମାନେ ହେଉଛନ୍ତି ପ୍ରକୃତ ସଚେତନ ନାଗରିକ । ଆଉ ଭବିଷ୍ୟତରେ ଏମାନେ କେବେ ଭୂଲ ପ୍ରାର୍ଥୀ ବଛିବେନି ନିଜ ଅଚଳ ପାଇଁ । ତେବେ ଏ ଦୃଶ୍ୟ ହେଉଛି ଓଡିଶାର ବହୁ ଚଚିତ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର । ବିଧାୟକ ଦାଶରଥି ଗମାଙ୍ଗ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଥିଲେ । ବିଧାୟକ ଦାଶରଥି ଗମାଙ୍ଗ ପୂର୍ବରୁ କଂଗ୍ରେଶ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ । ଏବଂ ପୁଣି ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ଅଡବା ଠାରେ ପ୍ରଚାର ଗାଡିରେ ବସି ଭୋଟ ପ୍ରଚାର କରୁଥିଲେ । ବିଧାୟକ ହେବା ଦିନ ଠାରୁ ଅଞ୍ଚଳରେ ପାଦ ପକାଇନଥିବା ବ୍ୟକ୍ତିଙ୍କୁ ପୁଣି କାହିଁକି ଭୋଟ ଦେବୁ ବୋଲି ପ୍ରଶ୍ନ କରିଥିଲେ ସ୍ଥାନୀୟ ଜନସାଧାରଣ। ଆଉ ଜନତାଙ୍କୁ ସାମ୍ନା କରିନପାରି ଫେରି ଯାଇଥିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ।