ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଗୃହରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ରତ୍ନଭଣ୍ଡାର ପାଇଁ ୫ କୋଟି, ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ସିଏପିଏଫ୍ ମୁତୟନ ପାଇଁ ୨୯୯ କୋଟି, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିସ୍ତୃତ ସୁବିଧା ପାଇଁ ୨୬ କୋଟି, ଅଗ୍ନିସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି ବ୍ୟୟ ଅଟକଳ କରାଯାଇଛି।
Related Posts
ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ପ୍ରସଙ୍ଗ: ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ
ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ପ୍ରସଙ୍ଗ: ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ପୁରୀ: (ଅଭିଷେକ ମହାନ୍ତି) ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ଘଟଣାରେ ତଦନ୍ତ…
ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଆରମ୍ଭ
ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଆରମ୍ଭ ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି…
OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।
OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ!କେରଳ ଏର୍ଣ୍ଣାକୁଲମ୍ରେ ୨ ମହଲା କୋଠା ଥିବା ସ୍ପଷ୍ଟ!CAOଙ୍କ…