ପ୍ରଶାସନର ପ୍ରତିଶ୍ରୃତି ମିଳିବା ପରେ ଆନ୍ଦୋଳନରୁ ଉଠିଲେ ଗ୍ରାମବାସୀ
ରାୟଗଡା(୮/୨/୨୫) ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମବାସୀ ବକେୟା ପିଡିଏସ ମାଣ୍ଡିଆ ଦାବିରେ ଗତ ୪ ଦିନ ହେଲା ଗୋରଖପୁର ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି | ବକେୟା ମାଣ୍ଡିଆ ନ ମଳିବା ପର୍ଯ୍ୟନ୍ତ ସେମାନେ ଅଫିସ୍ ସମ୍ମୁଖରେ ସେମିତି ବସି ରହିବେ ବୋଲି ପ୍ରକାସ କରିଥିଲେ।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାସ ପାଇବା ପରେ ଆଜି କାଶୀପୁର ବିଡିଓ ତନ୍ମୟ ପାତ୍ରଙ୍କ ସହ ବିଭାଗିୟ ଅଧିକାରି ଆଜି ଗସ୍ତ କରି ଧାରଣାରେ ବସିଥିବା ଗ୍ରାମବାସିଙ୍କ ସହ ଆଲୋଚନା କରିବା ସହ ବତ୍ର୍ତମାନ ୫ କିଲୋ ଦିଆଯିବ ଏବଂ ପରିବତ୍ର୍ତି ସମୟରେ ପର୍ଯ୍ୟାୟକ୍ରମ ବକେୟାଥିବା ମାଣ୍ଡିଆ ପ୍ରଦାନ କରାଯିବ ବୋଲି ପ୍ରକାସ କରିବାପରେ ଗ୍ରାମବାସିମାନେ ଧାରଣାର ପ୍ରତ୍ୟାହୃତ ହେବା ସହ ୫ କିଲୋ ଲେଖାଏଁ ମାଣ୍ଡିଆ ଗ୍ରହଣ କରିଥିଲେ।ପ୍ରକାସ ଥାଉକିଯେ ଉକ୍ତ ପଞ୍ଚାୟତରେ ୨୦୭୦ ରାସନ କାର୍ଡଧାରୀ ରହିଛନ୍ତି। ୨୦୨୪ ସେପ୍ଟେମ୍ବର ମାସରେ ପ୍ରତି କାର୍ଡପିଛା ୩୫କେଜି ହିସାବରେ ୧୮୧୦ ଜଣ କାର୍ଡଧାରୀଙ୍କୁ ୬୩୩ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଥିଲା। ମାଣ୍ଡିଆ ନିଅଣ୍ଟ ହେବାରୁ ୨୬୦ ଜଣ କାର୍ଡଧାରୀଙ୍କୁ କିଛିଦିନ ଅପେକ୍ଷା କରିବାକୁ କୁହାଯାଇଥିଲା। ସମସ୍ତ କାର୍ଡ ପିଛା ୫କେଜି ମାଣ୍ଡିଆ ଦିଆଯାଉଥିବାରୁ ଆଗରୁ ରହିଯାଇଥିବା ୩୫କେଜି ମାଣ୍ଡିଆ ଦିଆଯାଉ ବୋଲି କାହ୍ନୁଗୁଡା ଗ୍ରାମବାସୀ ଦାବି କରି ଗୋରଖପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

