ପ୍ରଶାସନ ଶୁଣିଲାନି ଖାରିମେରା ରାସ୍ତା ନିଜେ ମରାମତି କଲେ ଗ୍ରାମବାସି ଆର, ଉଦୟଗିରି(ମନୋଜ କୁମାର ପାଢୀ:ପ୍ରଶାସନ ସୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନ ର ସୁବିଧା ପାଈଁ ସରକାର ଗଜପତି ଜିଲ୍ଲା ର ବିଭିନ୍ନ ଗାଁକୁ ୨୦୧୮ ଓ ୨୦୧୯ ରୁ ବିଭିନ୍ନ ଗ୍ରାମ କୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଛି l ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି l ହେଲେ ସେଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହୋଇ ନଷ୍ଟ ହୋଇଗଲାଣି l ମୋହନା ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ରାସ୍ତା କିଛି ବର୍ଷ ପରେ ରକ୍ଷଣlବେକ୍ଷଣ ଅଭାବ ରୁ ରାସ୍ତା ଗୁଡିକ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେlଇଗଲାଣି l ଯାହା ଦ୍ୱାରା ରାସ୍ତା ରେ ଖାଲଖମl ହେlଇ ପିଚୁ ବାହାରି ରାସ୍ତା ଧୋଇଯାଇଛି l ଯାହା ଦ୍ୱାରା ଗ୍ରାମ ଗୁଡିକୁ ଅଟୋ , ବାଇକ , ଆମ୍ବୁଲାନ୍ସ ଯାଇପାରୁନି l ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ୍ୟ ବିଭାଗିୟ ନିର୍ବାହୀ ଯନ୍ତ୍ରୀ ଙ୍କ ମନମାନି ଯୋଗୁଁ ମରାମତି ହେଇପାରୁନି l ଯାହାକୁ ନେଇ ଖାରିଗୁଡା ପଂଚାୟତ ର ଖାରିମେରା ଗ୍ରାମ ଯାହାକି ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦୁଇ କିମି ଦୂରରେ ଅଛି lବହୁ ବର୍ଷ ହେଲାଣି ରାସ୍ତା ର ଅବସ୍ଥା ଶୋଚନୀୟ ଥିବାଯୋଗୁଁ ଗ୍ରାମ ବାସି ବହୁ ଵାର ଅଭିଯୋଗ କରିଥିଲେ ପ୍ରଶାସନ କୁ l କେହି ନ ଶୁଣିବାରୁ ଗ୍ରାମ ବାସି ଏକତ୍ରିତ ହେଇ ପାହାଡ଼ ରୁ ମାଟି ପଥର ଆଣି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି l ତେଣୁ ଗ୍ରାମ୍ୟ ଉନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପ୍ରତେକ ରାସ୍ତା କୁ ମରାମତି କରିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି l
Related Posts

ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି ) ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି ) ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଆର,ଉଦୟଗିରି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରା ଉଦୟଗିରି…

ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣ ଯନ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡୁନାହିଁ।
ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣ ଯନ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡୁନାହିଁ। ଆର,ଉଦୟଗିରି; ୨୧/୧୧ (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍…

ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ଆରମ୍ଭ।
ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ଆରମ୍ଭ। ବ୍ରହ୍ମପୁର ଜିଲ୍ଲା ଏସ୍ ପି ଙ୍କ କାର୍ଯ୍ୟାଳୟ ରେ ଆଭାସୀ ଅଦାଲତ ପ୍ରକୋଷ୍ଠ ଦକ୍ଷିଣାଞ୍ଚଳ…