ପ୍ୟାରିସ୍ : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟର ଫାଇନାଲରେ ରୁବିନା ଏହି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ତାଙ୍କର ପ୍ରଥମ ପାରାଲିମ୍ପିକ୍ ପଦକ। ଏହା ସହିତ ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଭାରତ ମୋଟ ୫ଟି ପଦକ ହାସଲ କରିଛି। ସେଥିମଧ୍ୟରୁ ୪ଟି ପଦକ ସୁଟିଂରେ ଆସିଛି। ରୁବିନା ୨୧୧.୧ ସ୍କୋର ସହ ପଦକ ଜିତିଥିଲେ। ଗତକାଲି ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମନୀଷ ନରଓ୍ବାଲ ରୌପ୍ୟ ଜିତିଥିଲେ ।
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।
