ଫିନୋ ବ୍ୟାଙ୍କ ପକ୍ଷରୁ “ଆର୍ଥିକ ସାକ୍ଷରତା ସଚେତନା” ଶିବିର କାର୍ଯ୍ୟକ୍ରମ। ଗଜପତି – ୩/୯/୨୪ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କନିଷ୍ଠ ମହାବିଦ୍ୟାଳୟ ଠାରେ ଫିନୋ ବ୍ୟାଙ୍କ୍ ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ ।ଅନୁଷ୍ଠିତ ଏହି ସଚେତନା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗ ଦେଇ ବ୍ୟାଙ୍କର ଉତ୍ପାଦ ଓ ବିଭିନ୍ନ ସେବା ଉପରେ କହିବା ସହ ବ୍ୟାଙ୍କ୍ ରେ ଟଙ୍କା କେତେ ସୁରକ୍ଷିତ ଓ ବ୍ୟାଙ୍କର ବିମା , ଯୋଜନା , ବିଭିନ୍ନ ବିନିମୟ ବିଷୟ ଉପରେ ବୁଝାଇଥିଲେ ।ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ସାଇବର ଅପରାଧ ଓ ଓଟିପି: ର ବ୍ୟବହାର ବିଷୟ ରେ ଅବଗତ କରାଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ତନୁଜା ଶତପଥି ଯୋଗଦେଇ ଟଙ୍କା କୁ କିପରି ଭବିଷ୍ୟତ ପାଇଁ ସଞ୍ଚୟ କରିବେ , ଏବଂ ସଞ୍ଚୟ କରିବା ପ୍ରଣାଳି ଉପରେ କହି ଧନ , ଜୀବନ, ଯୌବନ ଚିର ସ୍ଥାୟୀ ନୁହ, ସେଥିପାଇଁ ଆର୍ଥିକ ସଂଚୟ ମନୁଷ୍ୟ ର ଜୀବନ ରେ ଏକ ମେରୁଦଣ୍ଡ ସଦୃଶ୍ୟ ବୋଲି କହିଥିଲେ ।ସେହିଭଳି ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ୟାଙ୍କ ର ଉପଲବ୍ଧ ହେଉଥିବା ୧୨ ଗୋଟି ଉତ୍ପାଦ ଓ ସେବା ଗୁଡିକର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା ।ଏହି ଅବସରରେ ଅନୁଷ୍ଠିତ ବ୍ୟାଙ୍କ୍ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରା ଯାଇଥିଲା ।ଫୀନୋ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି ଆର୍ଥିକ ସାକ୍ଷରତା ଶିବିର କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଶେଷରେ ଅଧ୍ୟାପିକା ଶ୍ରୀମତୀ ସ୍ମିତା ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ ।
Related Posts
ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଙ୍କ ବିଧାନସଭାରେ ବିଧାୟକ ରୂପେ ଶପଥ ଗ୍ରହଣ
*ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଙ୍କ ବିଧାନସଭାରେ ବିଧାୟକ ରୂପେ ଶପଥ ଗ୍ରହଣ* ନୂଆପଡା ତା:୧୯.୦୬. ଭୁବନେଶ୍ୱର ସ୍ଥିତ ଓଡ଼ିଶା ବିଧାନସଭା ପରିସର ମଧ୍ୟରେ ଖଡିଆଳ ବିଧାୟକ…
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାଉଁଶିଆପାଟଣା୧୧୪ ନଂ ବୁଥ୍ରେ ଇଭିଏମ୍ ଭାଙ୍ଗିଲେ ବିଜେପି ନେତା ପ୍ରଶାନ୍ତ ଜଗଦେବ। ଗୋଡାଇ ଗୋଡାଇ ପ୍ରଶାନ୍ତଙ୍କୁ…
ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ
ପ୍ରେମାକୀଆ ଗାଁରେ ଅର୍ଦ୍ଧ ନିର୍ମିତ, ନାହଁ ନାହିଁରେ ଅଙ୍ଗନବାଡି କେନ୍ଦ୍ର କେବେ ଚେତିବ ପ୍ରଶାସନ …, କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ରାଜ୍ୟ ଓ କେନ୍ଦ୍ର…