ଫିରିଙ୍ଗିଆ ଗୋଷ୍ଠି ଶୌଚାଳୟ କାର୍ଯ୍ୟରେ ନ ଲାଗି ଅଚଳ ହୋଇ ପଡ଼ିରହିଛି କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ କମ ଦୂରରେ ଥିବା ଗୋଷ୍ଟି ଶୌଚାଳୟରେ ଏବଂ ଅନେକ ସ୍ଥାନରେ ଶୌଚାଳୟ କୁ ନେଇ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇ ଚାଳୁଥିବା ବେଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଗୋଷ୍ଠି ଶୌଚାଳୟ କାର୍ଯ୍ୟରେ ନ ଲାଗି ଅଚଳ ହୋଇପଡ଼ିରହିଥିବା ଦେଖିବାକୁ ମିଳୁଛି। ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧୀନରେ ରହିଛି ସମୁଦାୟ ଚୋବିଷ ଟି ପଞ୍ଚାୟତ ଓ କନ୍ଧମାଳ ଜିଲ୍ଲାର ଦ୍ୟୁତୀୟ ବୃହସ୍ତମ ବ୍ଲକ ରୁପେ ପରିଚିତ ଫିରିଙ୍ଗିଆରେ ନିତିଦିନ ଶତାଧିକ ଲୋକ ଏହି ବଜାର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଅସିଥିବା ବେଳେ ଆଖପାଖ ଲୋକଙ୍କ ଠାରୁ ଆରମ୍ଭ କରି ଦୂରଦୁରାନ୍ତର ର ଲୋକମାନେ ଏହି ବଜାର ଓ ବ୍ଲକ କୁ ନିଜନିଜ କାମ ପାଇଁ ପ୍ରତିଦିନ ଆସିଥାନ୍ତି । ଏପରିପେଖିରେ ଜନତାଙ୍କ ସୁବିଧାକୁ ଧ୍ୟାନରେ ରଖି ଫିରିଙ୍ଗିଆ ସହରରେ ମଧ୍ୟ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ସତ କିନ୍ତୁ ଶୌଚାଳୟର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବଜାରର ଅଳିଆ ଆବର୍ଜନା ଭରପୁର ହୋଇ ପଡ଼ିଥିବାର ନିରୀହ ଜନତା ଏହି ଶୌଚାଳୟର ସୁବିଧା ରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳୁଛି । ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଫିରିଙ୍ଗିଆ ବଜାରରେ ଥିବା ଶୌଚାଳୟ ଦିର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବାରୁ ଲୋକେ ଆହୁରି ସମସ୍ୟା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଲୋକମାନଙ୍କ ସମସ୍ୟା କୁ ଦୁର କରିବା ନିମନ୍ତେ ପୁର୍ବତ୍ତନ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ଙ୍କ ପ୍ରଚେଷ୍ଟା ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନ୍ଧମାଳ ପଞ୍ଚାୟତ ସମିତି ଫିରିଙ୍ଗିଆ ଦ୍ୱାରା ଗତ ୨୦୨୦/୨୧ ଆର୍ଥିକ ବ୍ୟବସ୍ତା ଏସବିଏମ ଫଣ୍ଡ ରୁ ଦୁଇ ଲକ୍ଷ୍ୟ ଦଶ ହଜାର ଓ ସିଏସସି ଫଣ୍ଡ ରୁ ନବେ ହଜାର ସମୁଦାୟ ତିନି ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏହି ଗୋଷ୍ଠି ଶୌଚାଳୟ ଟିକୁ ଜନତା ର ସୁବିଧା ପାଇଁ ନିର୍ମାଣ କରିଥିବା ବେଳେ କିଛି ଦିନ ଶୌଚାଳୟ ଟି ଠିକ ଭାବରେ କାର୍ଯ୍ୟକ୍ଷମ ମଧ୍ୟ୍ୟ ହେଉଥିଲା ସତ କିନ୍ତୁ ପୁର୍ବତ୍ତନ ବିଡ଼ିଓ ଙ୍କ ଅନ୍ୟତ୍ର ବଦଳି ପରେ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ଧରି ଶୌଚାଳୟ ଟି କାର୍ଯ୍ୟକ୍ଷମ ନହୋଇ ଅଚଳ ଅବସ୍ଥାରେ ପଡ଼ିରହିଥିବା ଜଣାପଡ଼ିଛି ।ଅନ୍ୟପଟେ ଏହି ଶୌଚାଳୟ ଟି ଅଚଳ ହୋଇ ପଡିରହିଥିବାରୁ ବିଶେଷ ଭାବରେ ବ୍ଲକ ଓ ବଜାର କୁ ବିଭିନ୍ନ କାମ ପାଇଁ ଆସୁଥିବା ନିରୀହ ମହିଳା ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି । ସେପଟେ ବ୍ଲକ କାର୍ଯ୍ୟାଳୟ ଓ ଫିରିଙ୍ଗିଆ ବଜାର ପରିସରରେ ପିଇବା ପାଣିର ମଧ୍ୟ କୌଣସି ବ୍ୟବସ୍ତା ନଥିବାରୁ ପାଣି ଟୋପାଏ ପାଇଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ମଧ୍ୟ ଜଣାପଡ଼ିଛି ।ଅନ୍ୟ ପଟେ ଏ ବିଷୟରେ ପ୍ରତିକ୍ରିୟା ନେବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ସୁଧା କୌଣସି ପ୍ରତିକ୍ରିୟା ମିଳିପାରିନଥିବା ଜଣାପଡ଼ିଛି । ଅନ୍ୟପଟେ ଗ୍ରଷ୍ମ ରୁତୁରେ ପାନୀୟ ଜଳ ଓ ଗୋଷ୍ଠି ଶୌଚାଳୟ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିଲେ ଜନସାଧାରଣ ଉପକୃତ୍ତ ହୋଇ ପାରେନ୍ତେ ବୋଲି ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି । ବ୍ଲକ କାର୍ଯ୍ୟାଳୟ ନିକଟରେ ଯଦି ଏଭଳି ଅବ୍ୟବସ୍ଥା ଲାଗିରହିଛି ତାହେଲେ ବ୍ଲକ କାର୍ଯ୍ୟାଳୟ ର ଦୂରଦୁରାନ୍ତର ଗ୍ରାମାଞ୍ଚଳ ମାନଙ୍କରେ କଣ ନ ହେଉଥିବା ଏଥିରୁ ଠିକ୍ ଅନୁମାନ କରାଯାଇପାରେ ।
