ବଜାରରେ ଅପମିଶ୍ରିତ ସାର ବିକ୍ରି, ପ୍ରଶାସନର ଅନୁଧ୍ୟାନ

ବଜାରରେ ଅପମିଶ୍ରିତ ସାର ବିକ୍ରି, ପ୍ରଶାସନର ଅନୁଧ୍ୟାନ

ଗଜପତି (୫/୮/୨୦୨୪):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅପମିଶ୍ରିତ ସାର ବିକ୍ରୀ ହୋଇଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନର ତଦନ୍ତ ଓ ଅନୁଧ୍ୟାନ ଜାରି ରହିଥିବା ଖବର ମିଳିଛି. ଘଟଣାରୁ ପ୍ରକାଶ, ବର୍ତ୍ତମାନ କାଶୀନଗର ଅଞ୍ଚଳରେ ବର୍ଷା ଅଭାବ ଯୋଗୁ ଚାଷଜମି ଖାଲି ପଡ଼ିଥିବା କେତେକ ସ୍ଥାନରେ ଅଳ୍ପ ପାଣି ସୁବିଧାରେ ଜମି ଗୁଡିକ ଚାଷ ହୋଇଥିବା ଦେଖ‌ିବାକୁ ମିଳିଛି। ହେଳେ ଖାଣ୍ଡବା ପଞ୍ଚାୟତରେ କିଛି ଲୋକ ନିଜ ନିଜ ଫାଇଦା ପାଇଁ ଭେଜାଲ ସାର ବିକ୍ରି କରୁଥିବା ନେଇ ଅଭିଯୋଗ ସ୍ଥାନୀୟ କୃଷି ଅଧିକାରୀ ଓ ତହସିଲଦାରଙ୍କୁ ଲୋକେ ଅବଗତ କରିଥିଲେ। ଉକ୍ତ ଅଞ୍ଚଳରେ ବହୁ ବର୍ଷ ଧରି କିଛି ବେପାରିଆମାନେ ବିନା ଲାଇସେନ୍ ସାର ବିକ୍ରୀ କରି ମାଲାମାଲ ହେଉଥିବା ବେଳେ ଚାଷୀ କିନ୍ତୁ ଭେଜାଲ ସାର ଜମିରେ ବ୍ୟବହାର କରି ଚାଷ ନଷ୍ଟ ହେଉଥ‌ିବା ଅଭିଯୋଗ ହେଇଛି। ଅଭିଯୋଗକୁ କେନ୍ଦ୍ର କରି କାଶୀନଗର ସହକାରୀ କୃଷି ଅଧିକାରୀ ସନ୍ଦୀପ କୁମାର ପାଣି, ତହସିଲଦାର ଅଶୋକ ପ୍ରଧାନ ଓ କାଶୀନଗର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚି ତଦାରଖ କରିଥିଲେ। ସେଠାରେ ସାର ବ୍ୟବହାର କରିଥିବା ଚାଷୀଙ୍କ ମାନଙ୍କ ପାଖରୁ ସାର ଗୁଡ଼ିକ ସଂଗ୍ରହ କରି ପରୀକ୍ଷଣ ପାଇଁ ନିଆଯାଇଥିବ ଜଣାପଡ଼ିଛି। ପରୀକ୍ଷଣ ପରେ ସାର ଅସଲି ନା ନକଲି ତାହା ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *