ବଡ଼ିମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଧୂମଧାମ ରେ ପାଳିତ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ସ୍ଥିତ ବଡ଼ିମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷ ର ବାର୍ଷିକ ଉତ୍ସବ ଧୂମଧାମ ରେ ପାଳନ କରାଯାଇଅଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ , ମୁଖ୍ୟ ବ୍ୟକ୍ତା ରୂପେ ଟିକାବାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଓ ଶ୍ରୀମତୀ ଵିନନ୍ଦିନୀ ସାମଲ, କଇଁଝର ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିବାଜୀ ଅଧିକାରୀ, ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ପାବୁରିଆ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବରୁଣ ପ୍ରଧାନ, ବିରିଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ମାଧବ ସାହୁ, ସଲପ ଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଧାରଣୀ ସାହୁ, ବଡ଼ିମୁଣ୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଜନକ ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନିରଦ କୁମାର ଦିଗାଳ, ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀଯୁକ୍ତ ବିଜୟ ପ୍ରଧାନ, ବଡ଼ିମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଲାଲମୋହନ କହଁର ଓ କଟିମାହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର I ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ସଭାପତିତ୍ୱ ଆସନ ଗ୍ରହଣ କରିଥିଲେ I ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ସାହୁ ବହୁତ ସୁନ୍ଦର ଭାବେ ମଞ୍ଚ ପରିଚାଳନା ଦାୟିତ୍ୱ ବହୁତ ସୁନ୍ଦର ଭାବେ କରିଥିଲେ I ଶିକ୍ଷାର୍ଥୀ ମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଯେଉଁ କରାଯାଇଥିଲା ସେଥିରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସହଯୋଗୀ ଓ ଶିକ୍ଷାର୍ଥୀ l ଏଥିରେ ମୁଗ୍ଧ ହୋଇ ସମସ୍ତ ଅତିଥି ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I