ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ରାୟଗଡା : ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ଜଙ୍ଗଲ ନିଆଁ ନିର୍ବାପକ ଦଳ ଙ୍କୁ ତାଲିମ ଉପଲକ୍ଷେ ରାୟଗଡା ର ରୟତ କୋଲୋନୀ ନିକଟସ୍ଥ ଫୋରେଷ୍ଟ ପାର୍କ ଏhi କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମ ରେ ଶ୍ରୀମତୀ ସରସ୍ବତୀ ମାଝୀ , ଜିଲ୍ଲା ପରିଷଦ ସଭାପତି , ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହା ସହ, ଶ୍ରୀମତୀ ଟୁନି ହୁଇକା , ରାୟଗଡା ପଞ୍ଚାୟତ ସମିତି ଚେୟାରମେନ, ଶ୍ରୀମତୀ ସନ୍ଧ୍ୟା ପୁଲାକା , ଜିଲ୍ଲା ପରିଷଦ ସଭ୍ୟ , ଶ୍ରୀ ରମେଶ ବେହେରା , ଜିଲ୍ଲା ନିଆଁ ନିର୍ବାପକ ଅଫିସର , ଶ୍ରୀ ଗୌରାଙ୍ଗ ଚରଣ ରାଉତ , ଜିଲ୍ଲା ବନ୍ୟପ୍ରାଣୀ ରକ୍ଷକ , ଶ୍ରୀ ସତିଶ ଧାରୁଆ , ଉପ ବନ ସଂରକ୍ଷକ ଙ୍କ ସହ ରାୟଗଡା ବ୍ଲକ ଓ କୋଲନର ବ୍ଲକ ର ୪୦ ପଞ୍ଚାୟତ ର ୨୦ ଜଣ ସରପଞ୍ଚ ଭାଗ ନେଇଥିଲେ । ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ନିଜ ବାର୍ତ୍ତା ରେ ଆଗାମୀ ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲ ର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପଡ଼େ ସେ ଉପରେ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପସ୍ଥିତ ସରପଞ୍ଚ ମାନଙ୍କୁ ନିଜ ନିଜ ପଞ୍ଚୟତ ର ଲୋକ ମାନଙ୍କୁ କିପରି ମାର୍ଗଦର୍ଶନ କରିବେ ସେ ଉପରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯକ୍ରମ ଟି ରାୟଗଡା ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ , ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ, ରାୟଗଡା ବନପାଳ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, କୁମତାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା , ବନପାଳ ଶ୍ରୀମତୀ ପଦ୍ମାବତୀ ପାଢି ଏବଂ ବନପାଳ ଶ୍ରୀ ରବି ଚନ୍ଦ୍ର ପାତ୍ର, ଶ୍ରୀ ସମୀର କୁମାର ସାହୁ, ଶ୍ରୀମତୀ ଶକୁନ୍ତଳା କୋଣ୍ଡାଗୋରୀ , ଶ୍ରୀ ବି ଭାସ୍କର , ଶ୍ରୀ ପ୍ରସାଦ ବେହେରା , ଶ୍ରୀ ପ୍ରଦୀପ ସାହୁ , ଶ୍ରୀମତୀ ରାମେଶ୍ଵରୀ ସାହୁ , ଶ୍ରୀମତୀ ନିରୁପମ ମହାପାତ୍ର , ଶ୍ରୀମତୀ ପ୍ରିୟଙ୍କା ବେହେରା ଙ୍କ ଦ୍ବାରା ସୁ ପରିଚାଳନା କରାଯାଇଥିଲା ।ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *