ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ

ବନାନୀ କଳା ସଙ୍ଗମ ପକ୍ଷରୁ ସାମାଜିକ ନାଟକ ‘ଅଭିନେତ୍ରୀ ‘ମଞ୍ଚସ୍ଥ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ୱରୂପ ନାଟ୍ୟ କାର ଲିଙ୍ଗରାଜ ନାହାକ ଙ୍କ ରଚିତ ଏକ ଭିନ୍ନ ସ୍ୱାଦର ସାମାଜିକ ନାଟକ ଅଭିନେତ୍ରୀ ଡିସେମ୍ବର ୧୪ ଶନିବାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା lନାଟକରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ପାୟଲ ଜ୍ୟୋତି ରାଉତ,ଭୁବନେଶ୍ୱର,ସୁରପ୍ରସାଦ ନାୟକସୁକାନ୍ତବେହେରା,କୁମୁଦସାହୁ, ଯୁଧିଷ୍ଠିର ମହାନ୍ତି, ବନ ମହାନ୍ତି, ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ସୁନୀତା, ଟିକିନା ଓ ଜୟ କୃଷ୍ଣ ଆଦି ସମସ୍ତ କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କ ମନ ମୋହିଥିଲା l ଏହି ନାଟକ ର ନିର୍ଦେଶନା ଡ଼ଃ ଅରୂପ ଜେନା,ଦେଇଥିବା ବେଳେ କାର୍ଯ୍ୟକାରୀ ନିର୍ଦେଶକ ପ୍ରଭାତ ଦାଶ, ସହ ନିର୍ଦେଶକ ବିଜୟ ପଟନାୟକ ସହଯୋଗ କରିଥିଲେ lନୃତ୍ୟ ଓ ସଂଗୀତ ନିର୍ଦେଶନା ଦେଇଥିଲେ ବିନୋଦ ସାହୁ ଓ କଣ୍ଠ ଦାନ କରିଥିଲେ ତନୁଜା ମହାନ୍ତି lନାଟ୍ୟ ପରିଚାଳନା ଦାଇତ୍ୱ ରେ ଥିବା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ମଞ୍ଚ ପରିଚାଳନାକାର୍ଯ୍ୟ ଅଶୋକ ପରିଡା ସୁଚାରୁରୂପେ ନିର୍ବାହ କରିଥିଲେ l ଏହି ଅବସରରେ ବ୍ରହ୍ମପୁର ର ନାଟ୍ୟକାର ଲିଙ୍ଗ ରାଜ ଜେନାମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଦିନ ଧରି ମଞ୍ଚସ୍ଥ ହେଉଥିବା ନାଟକ ଉଦଘାଟନ କରିଥିଲେ lନାଟ୍ୟକାର ଶ୍ରୀଜେନା ଙ୍କୁ ବନାନୀ କଳା ସଙ୍ଗମ ପକ୍ଷରୁ ଫୁଲତୋଡ଼ା, ଉପଢୌକନଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା lସେହିପରି ଲିଙ୍ଗରାଜ ଜେନାଙ୍କ ଲିଖିତ ଭିନ୍ନ ଏକ ଦେବଦାସୀ ପୁସ୍ତକ କୁ ବନାନୀ କଳା ସଙ୍ଗମ ଉପଦେଷ୍ଟା ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ଉଦଘାଟନ କରିଥିଲେ l ସହର ର ବହୁ ନାଟ୍ୟପ୍ରେମୀ, କଳାକାର, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ବେଶ ଉପଭୋଗ କରିଥିଲେ l ରବିବାର ସନ୍ଧ୍ୟାରେ ମଧ୍ୟ ନାଟକ ମଞ୍ଚସ୍ଥ ହେବ l

Leave a Reply

Your email address will not be published. Required fields are marked *