ବରଗଡ ୨୯,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ତ୍ରିଲୋଚନ ସେଠ ଙ୍କ ସଂଯୋଜନା କରିଥିଲେ।ମୁଖ୍ୟ ବିଚାରକ ଭାବେ ଡାଃ ଅଜିତ କୁମାର ନାଥ, ଡାଃ ଶୁସାନ୍ତ ପୂଝାରୀ, ଦେବେନ୍ଦ୍ର ମେହେର, ସୌମ୍ୟରଞ୍ଜନ ଭୋଇ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଦାକିନୀ ପଂଡା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ବଳିଷ୍ଠ ମେହେର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ପ୍ରଧାନ,ଜୟଦେବ ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଦାକିନୀ ପଂଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ କିଶୋର ପତି, ଏସଏମସି ଚେୟାରମେନ ଶୁସିଲ ମେଣ୍ଡଲୀ ଯୋଗ ଦେଇଥିଲେ। ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟି ର ସଦସ୍ୟ /ସଦସ୍ୟା ମାନେ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସ୍ଵାଗତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
