ବରଗଡ ରୁ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଲାୟନ୍ସ କ୍ଲବ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିର କୁ ଲାୟନ୍ସ କ୍ଲବ, ଲିଓ କ୍ଲବ ଥୁଆପାଲି ଓ ତ୍ରିଲୋଚନ ନେତ୍ରାଲୟ, ସଂବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ୧୨୫ ଜଣ କଂ ଚକ୍ଷୁ ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୨୫ ଜଣ କଂ ମୋତିଆବିନ୍ଦୁ ଅପରେସନ ପାଇଁ ସଂବଲପୁର ପଠାଯାଇଛି, ୩୫ଜଣ କୁଂ ମାଗଣା ଚଷମା ବ୍ୟବହାର ନିମନ୍ତେ ଦିଆ ଯାଇଥିଲା । ଏହି ଚକ୍ଷୁ ପରୀକ୍ଷା ରେ ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ଡକ୍ଟର ସସ୍ମିତା ମାଝୀ, ଲିପସା ପଟେଲ, ରୋଶନ ଭୋଇ, ହରେଶ ପ୍ରଧାନ, ସୁମନ୍ତ ଭୋଇ ଓ ଆଦ୍ୟାଶା ପରୀକ୍ଷା କରିଥିଲେ। ଏହି ସମୟରେ ଲାୟନ୍ସ କ୍ଲବର ସଭାପତି ରାଜେଶ କୁମାର ହୋତା ଓ ଲିଓ କ୍ଲବ ର ସଭାପତି ରାହୁଲ ଚନ୍ଦ୍ରମ୍ ଉଭୟ କ୍ଲବର ସମସ୍ତ ସଦସ୍ଯ/ସଦସ୍ୟା ମାନେ ଉପସ୍ଥିତ ରହି ଅଂଶଗ୍ରହଣ କରି ସହଯୋଗ କରିଥିଲେ। ପରିଶେଷରେ ଶଂକର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଲାୟନ୍ସ କ୍ଲବ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
