ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଗୁରୁମା ପମି ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପଦ୍ମଲୋଚନ ପଟେଲ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସମୟରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ କଳାକାର ପର୍ଶୁରାମ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି, ଶ୍ରୀକୃଷ୍ଣଙ୍କ ପ୍ରତିଛବି ନିକଟରେ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀମତୀ ଅଂଜଳି ସାହୁ ଯୋଗଦେଇ ଶ୍ରୀକୃଷ୍ଣ କଂ ଜନ୍ମାଷ୍ଟମୀ ଉତ୍ସବ ପାଳନ ବିଷୟରେ ଅଧିକ ସୂଚନା ଓ ବିସ୍ତୃତ ଭାବରେ ବର୍ଣ୍ଣନା କରି ଶିଶୁ ଭାଇଭଉଣୀ ମାନଙ୍କୁ ବୁଝାଇ ଥିଲେ। ଶିଶୁ ଭଉଣୀ ମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ରାଧା, ଗୋପୀ, ଗୋପାଳ ବେଶରେ ସଜ୍ଜିତ ହୋଇ ରେମଣ୍ଡା ଗ୍ରାମ ପରିକ୍ରମା କରି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଗ୍ରାମବାସୀ ଶ୍ରୀକୃଷ୍ଣ, ରାଧା, ଗୋପୀ, ଗୋପାଳ ବେଶଧାରୀ ମାନଙ୍କୁ ପୂଜାର୍ଚ୍ଚନା କରି ସମର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ଠାରେ ଦହିହାଣ୍ଡି ଭଂଗା ଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ/ ଗୁରୁମା, ଅଭିଭାବକ /ଅଭିଭାବିକା ମାନେ ପରିଚାଳନା ସହଯୋଗ କରିଥିଲେ। ପରିଶେଷରେ ପରିଚାଳନା ସମିତିର ସଂପାଦକ କିଶୋର ଚନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Related Posts
ଅଧିକ ମୂଲ୍ୟରେ ବିଦେଶୀ ମଦ ବିକ୍ରି ବିରୁଦ୍ଧରେ ଅଭିଯୋଗ
ଅଧିକ ମୂଲ୍ୟରେ ବିଦେଶୀ ମଦ ବିକ୍ରି ବିରୁଦ୍ଧରେ ଅଭିଯୋଗ ଗଜପତି -: (୧୪/୭/୨୦୨୪):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ବିଭିନ୍ନ ବିଦେଶୀ ମଦ…
ବଜେଟ୍କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି
ବଜେଟ୍କୁ ସାଧାରଣ ଲୋକଙ୍କ ଅଭୁତପୂର୍ବ ସ୍ୱୀକୃତି ଭୁବନେଶ୍ୱର : ଗତ କାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ…
ମଙ୍ଗଳ ବିଭାଗ ର ବିକଳ ଚିତ୍ର,ଶିରୀଗୁଡା ପ୍ରାଥମିକ ସେବାଶ୍ରମ ରେ ୩୧୯ ପିଲାଙ୍କୁ ୨ ଶିକ୍ଷକ।
ମଙ୍ଗଳ ବିଭାଗ ର ବିକଳ ଚିତ୍ର,ଶିରୀଗୁଡା ପ୍ରାଥମିକ ସେବାଶ୍ରମ ରେ ୩୧୯ ପିଲାଙ୍କୁ ୨ ଶିକ୍ଷକ। ରାୟଗଡା : ଗୁଡାରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର…