ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୪ ର ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀ ମାନେ ନାରୀଶିକ୍ଷା ଓ ନାରୀଶକ୍ତି ଉପରେ ସଂଗୀତ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ। ଏହା କୁ ସଂଯୋଜନା କରିଥିଲେ, ବିଦ୍ୟାଳୟର ଶ୍ରୀମତୀ ଅନୁପମା ପଣ୍ଡା । ଏହି ଉତ୍ସବରେ ସଭାପତିତ୍ବ କରିଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ ।ଏଥିରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ଯୋଗ ଦେଇଥିଲେ ଓ ଚଳିତ ବର୍ଷ ଯେଉଁ ଝିଅ ମାନେ ଦଶମ ଶ୍ରେଣୀ ର ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ, ସେହି ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ରାସେଶ୍ଵରୀ ଭୋଇ, ସଦସ୍ୟ ବଲରାମ ବାଗ, ଲଲିତ ବାରିକ ସଦସ୍ୟା ନମିତ ଭୋଇ ଓ ଅନ୍ୟାନ୍ୟ ସଦସ୍ଯ /ସଦସ୍ୟା ମାନେ ଯୋଗ ଦେଇଥିଲେ। ପରିଶେଷରେ ବିଦ୍ୟାଳୟ ର ଛବିଳ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ
ସଳପଗାଁ ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ … କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…
ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ
ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ…
ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ।
ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ…