ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା କୁମ୍ଭକାର ସମାଜ କୁରାଳ ପଞ୍ଚମୀ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ଚତୁର୍ଥୀ ଓ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଭାବେ ରାମଜୀ ରଣା, ବଳଦେବ ରଣା ଓ କାର୍ତ୍ତିକ ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଚତୁର୍ଥୀ ଦିନ କଳସ ଯାତ୍ରା ଓ ପଞ୍ଚମୀ ଦିନ ମୂର୍ତ୍ତି ମାନଂକ ପ୍ରାଣ ପ୍ରତିଷ୍ଠା, ହୋମ, ଯଜ୍ଞ ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୋହିତ ଭାବରେ ପଣ୍ଡିତ ହିମାଂଶୁ ଶେଖର ଶତପଥୀ ଓ ପଣ୍ଡିତ କାର୍ତ୍ତିକ ଶତପଥୀ ପୂଜାର୍ଚ୍ଚନା କରି ଥିଲେ। କର୍ତା ଭାବରେ ବାସୁଦେବ ରଣା ସପତ୍ନିକ ପୂଜା କାର୍ଯ୍ୟ ତୁଲାଇଥିଲେ। ଆଜି ପୂର୍ଣ୍ଣାହୁତି ପରେ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ କୁରାଳ ପଞ୍ଚମୀ କମିଟି ର ଅଧିପତି ରଣା, କ୍ଷୀରେଶ୍ୱର ରଣା, ମଣି ରଣା, ପୁରୁଷୋତ୍ତମ ରଣା, ଠାକୁର ରଣା, କୂଳ ରଣା, ପ୍ରଭାସ ରଣା ସକ୍ରିୟ ଭାବରେ ଅଂଶଗ୍ରହଣ ସଫଳତା ସହିତ ପୂଜା କାର୍ଯ୍ୟ ସମାପନ ହୋଇଥିଲା।
Related Posts
ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଆୟୋଜନ କରିଥିଲା ।
ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆଜା…
ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ।
ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ । ଗଜପତି : ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର…
ବୃଦ୍ଧା ମହିଳାଙ୍କ ଘରପଡି ପାଉଁଶ, ସରକରି ସହାୟତା ପାଇଁ ପ୍ରାର୍ଥନା।
ବୃଦ୍ଧା ମହିଳାଙ୍କ ଘରପଡି ପାଉଁଶ, ସରକରି ସହାୟତା ପାଇଁ ପ୍ରାର୍ଥନା। – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଡମ୍ବ ସାହିରେ ଆଜି ଏକ ଅଭନୀୟ ଘଟଣା…