ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଜୟନ୍ତୀ ପାଳନ ଅବସରରେ ପବିତ୍ର “ଗୁରୁଦିବସ ” ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅବସର ଶିକ୍ଷକ ମାନନୀୟ ଶରତ କୁମାର ମହାରଣା ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିଦ୍ୟାଳୟର ଶୁଭମନାସି ଥିଲେ ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଗୁରୁମା ଶିଖାରାଣୀ ଆଚାର୍ଯ୍ୟ ସଂଯୋଜନା କରିଥିଲେ ।ପରିଚାଳନା ସମିତିର ସମ୍ପାଦକ ମଦନ ମୋହନ ଦାଶ , ଉପ ସଭାପତି ପ୍ରବୀଣ କୁମାର ସାହୁ ଉପସ୍ଥିତ ଥିଲେ । ଗୁରୁଜୀ ନିରଞ୍ଜନ ପରଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବରେ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।ଭାଇ ଭଉଣୀମାନେ ଗୁରୁଜୀ ଗୁରୁମାଙ୍କ ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ପୂଜା ଅର୍ଚ୍ଚନା କରିଥିଲେ ଏବଂ ଉପହାର ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ ଏହି କାର୍ଯକ୍ରମଟି ସମ୍ପନ୍ନ ହୋଇଥିଲା ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଜୟନ୍ତୀ ପାଳନ ଅବସରରେ ପବିତ୍ର “ଗୁରୁଦିବସ ” ପାଳିତ ହୋଇଯାଇଛି ।
