ବରଗଡ ରୁ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ସ୍ଵେଚ୍ଛାସେବୀ ସଂଗଠନ “ଅମୃତ୍ କୁଟୁମ୍” ର ଚତୁର୍ଥ ବାର୍ଷିକ ଉତ୍ସବ ୨୦୨୪/୨୫ ଓ ୩୦ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବରଗଡ ର ସ୍ଵେଚ୍ଛାସେବୀ ତଥା ଏଡଭୋକେଟ ଅଶୋକ କୁମାର ଅଗ୍ରୱାଲ ଓ ଡାଂଗବାହାଲ, ସାଇ ଭଜନ ମଣ୍ଡଳୀ ର ଉପଦେଷ୍ଟା ସୁନୀଲ ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ଫିତାକାଟି ଉଦଘାଟନ କରିଥିଲେ। ଭେଡେନ ର ବିଜୟ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭେଡେନ ଆଇଟିଆଇ ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ ପରିବେଷଣ କରିଥିଲେ।ଏହି ଉତ୍ସବ କୁ ସଂଯୋଜନା କରିଥିଲେ ସୁରେନ୍ଦ୍ର କୁମାର ପଣ୍ଡା । ପ୍ରଥମେ ଅତିଥି ମାନକଂ ପକ୍ଷରୁ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବିର ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ, “ଅମୃତ୍ କୁଟୁମ୍” ସଭାପତି ଆନଂଦ ଚନ୍ଦ୍ର ସୁନା ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ଆସିଷ୍ଟାଣ୍ଟ ପ୍ରଫେସର ଡଃ ରାମଚନ୍ଦାନୀ, ସମ୍ମାନିତ ଅତିଥି ଭାବେ ଅମୃତ୍ କୁଟୁମ୍ ଉପଦେଷ୍ଟା, ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ବରଗଡ ପଂଚାୟତ କଲେଜ ପ୍ରଫେସର ଶେଷନ ବିଶି, ସ୍ଵେଚ୍ଛାସେବୀ ତଥା ଏଡଭୋକେଟ ଅଶୋକ ଅଗ୍ରୱାଲ । ଅତିଥି ମାନେ ଅମୃତ୍ କୁଟୁମ୍ ର ସଦସ୍ୟ ମାନଙ୍କର ସମର୍ପିତ ସେବା ମନୋଭାବ, ଦୁର୍ଘଟଣା ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା, ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରୁଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ବାର୍ଷିକ ଉତ୍ସବ ରେ ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଗୌରହରି ମିଶ୍ର, ସଂଘମିତ୍ରା ପଟେଲ, ଟୁଇଟର ବୟ ରମେଶ ଚନ୍ଦ୍ର ମେହେର, ଶୁଶ୍ରୀୟା ମେଲ୍ଲି, ତେଜରାଜ ମେହେର ଓ ଧର୍ମପତ୍ନୀ ସପ୍ତେଶ୍ୱରୀ ମେହେର,ବିକଳାଙ୍ଗ ଶିକ୍ଷକ ଶ୍ଯାମ ସୁନ୍ଦର ଭୋଇ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଓ ରକ୍ତବିନ୍ଦୁ ସେବା ପରିବାର ଭୁବନେଶ୍ବର, ସାଇ ଭଜନ ମଣ୍ଡଳୀ ଡାଂଗବାହାଲ ଆଦି ବହୁ ସ୍ଵେଚ୍ଛାସେବୀ ସଂଗଠନ ମାନଂକୁ ପୁଷ୍ପମାଲ୍ୟ, ମାନପତ୍ର ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବରେ ଅମୃତ୍ କୁଟୁମ୍ ର ବାର୍ଷିକ ବିବରଣୀ ଓ ମାନପତ୍ର ପାଠ କରିଥିଲେ ଲଲିତ କୁମାର ସାହୁ। ପରିଶେଷରେ ଅଧ୍ୟାପକ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହାକୁ ସଂଯୋଜନା ଆନନ୍ଦ ଚନ୍ଦ୍ର ସୁନା ଓ ଧନେଶ୍ୱର ସାହୁ। ଏହି ଉତ୍ସବ କୁ ଅମୃତ୍ କୁଟୁମ୍ ର ସମସ୍ତ ସଦସ୍ଯ /ସଦସ୍ୟା ଓ କୋଶଲ ସେନା ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Related Posts
ବ୍ୟାପକ ପରିମାଣରେ ଦେଶୀ ବିଦେଶୀ ମଦ, ବିଅର ବୋତଲ , କେନ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ ।
ବରଗଡ – ୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଟାଉନ ଥାନା ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ବାହାରି ପ୍ରଥମେ…
ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି
ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି ନୂଆଦିଲ୍ଲୀ: ( ଅଭିଷେକ ମହାନ୍ତି)ଆଜି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭:୧୫ ରେ…
ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ
ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ ପୁରୀ : ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ…