ବରଗଡ ୨୩,୧୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ ୟାର୍ଡ୍ ଖରିଫ ୨୦୨୪/୨୫ ର ପ୍ରଥମ ଧାନ କିଣା ଆରମ୍ଭ ହୋଇଯାଇଛି। ଏଥିରେ ଦୁଇଜଣ ଚାଷୀଙ୍କ ୧୫୦.୦୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଏହି ସମୟରେ ଏଆରସିଏସ ବରଗଡ଼ ପ୍ରବୀର ଘୋଷ,ଏସଏ ଆରସିଏମଏସ ଧର୍ମେନ୍ଦ୍ରଭୋଇ , ଝରାପାଲି ମାର୍କେଟ ଇନ୍ଚାଜ ଭରତ ପ୍ରଧାନ,ମାର୍କେଟ ନୋଡାଲ ଅଫିସର ସ୍ଵସ୍ତିକ ପ୍ରସାଦ ବଢେଇ, ସମବାୟ ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଚାଷୀମାନେ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଧାନକ୍ରୟ କରାଗଲା।

