ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅଶ୍ବିନୀ ବୈଷ୍ଣବ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟ୍ କରି ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି କି ‘‘ମୁଁ ଏହା ଘୋଷଣା କଲାବେଳେ ଗୌରବାନ୍ବିତ ଅନୁଭବ କରଛି ଯେ ହିନ୍ଦୀ ସିନେମା ଜଗତରେ ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଚାରକମାନେ ଦାଦା ସାବେହ ଫାଲ୍କେ ପୁରସ୍କାର ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ତାଙ୍କୁ ଏହି ସମ୍ମାନରେ ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଅକ୍ଟୋବର ୮ ତାରିଖରେ ସମ୍ମାନୀତ କରାଯିବ।’’
ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି ।
