ବାଟ ନଥିବା ଗାଆଁ ଗାଟୁଗୁଡ଼ା
ଆର,ଉଦୟଗିରି(ମନୋଜ କୁମାର ପାଢୀ) – ଦୁର୍ଗମ ରେ ଦୁର୍ଦ୍ଦଶା ଭୋଗୁଛନ୍ତି ପାଞ୍ଚ ଖଣ୍ଡ ଗ୍ରାମ ର ଗ୍ରାମବାସୀ ।ରାସ୍ତା ଅଭାବରୁ ମୌଳିକ ସୁବିଧା ପହଞ୍ଚି ପାରୁନି ଲୋକଙ୍କ ପାଖରେ । 24 ବର୍ଷର ସ୍ଥାୟୀ ସରକାର ଦେଇପାରି ନାହିଁ ମୌଳିକ ସୁବିଧା । ଏପରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଗ୍ରାମବାସୀ । ଦେଖିବା ଗ୍ରାଉଣ୍ଡ ଜିରୋ ରୁ ।ଦୁର୍ଗମ ଅଞ୍ଚଳରେ 24 ବର୍ଷର ସ୍ଥାୟୀ ସରକାର ଦେଇପାରିନାହାନ୍ତି ମୌଳିକ ସୁବିଧା । ମୁଖ୍ୟ ସଡ଼କ ଠାରୁ ନିଜ ଗ୍ରାମ ପର୍ଯ୍ୟନ୍ତ ନାହିଁ ପକ୍କା ରାସ୍ତା । ଦୈନିକ ସଂଘର୍ଷ କରୁଛନ୍ତି ଭୁଗୁବାଡି, ଟଙ୍ଗଡାପାଙ୍ଗା , ଲାଣ୍ଡୁ ପାଂଗା,ଆଜିପାଙ୍ଗ ଓ ଗାଟୁଗୁଡ଼ା ଗ୍ରାମର ନିରୀହ ଆଦିବାସୀ ମାନେ । ସମସ୍ତ ମୌଳିକ ସୁବିଧା ପାଇବାକୁ ହେଲେ ଏହି ଘାଟି ପାହାଡ ରାସ୍ତା ଦେଇ ନିଜ ପଞ୍ଚାୟତ କୁ କୁହନ୍ତୁ ଅବା ପଞ୍ଚାୟତ ସମିତିକୁ ଯିବାକୁ ହୁଏ । 60 ରୁ 70 କିଲୋମିଟର ଗଲେ ପଞ୍ଚାୟତ ସମିତି ତହସିଲ ଏପରିକି ସ୍ଵାସ୍ଥ୍ୟ ସେବା ପାଇବେ । ରାସ୍ତା ଭଲ ନଥିବା ହେତୁ ସ୍ଵାସ୍ଥ୍ୟ ସେବା ଦେବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁ ନାହିଁ । ଆବାସ ଘର ପାଇଥିବା ହିତାଧିକାରୀ ନିର୍ମାଣ କରିପାରିନାହାନ୍ତି ଆବାସ ଘର । ଛଟଙ୍କା ଘୋଡ଼ା କୁ ନ ଟଙ୍କା ଦାନା ଭଳି ହିତାଧିକାରୀ ନିର୍ମାଣ କରୁଛନ୍ତି ଆବାସ ଘର । ସମସ୍ତ ଙ୍କ ମୁଣ୍ଡ ଉପରେ ରହିଛି ଝିଙ୍କର ଛପର ଘର । ଅନେକ ଗ୍ରାମବାସୀ ବିକାଶକୁ ଅପେକ୍ଷା କରି ଆଜି ଏହି ପରିଣତ ଅବସ୍ଥାରେ । ଆଉ କେଇଜଣ ବିକାଶ କୁ ଅପେକ୍ଷା କରି ସ୍ଵାସ୍ଥ୍ୟ ସେବା ଲାଗି ସ୍ଵାସ୍ଥ୍ୟ କେନ୍ଦ୍ରରେ ନପହଞ୍ଚି ଅଧା ରାସ୍ତାରେ ଜୀବନ ହାରିଛନ୍ତି । ସ୍ଵାସ୍ଥ୍ୟ ସେବା ପାଇବାକୁ ହେଲେ ସମ୍ପର୍କୀୟଙ୍କ ଖାନ୍ଦ କିମ୍ବା ଖଟିୟା ଭରସା । ଆଉ ପାନୀୟ ଜଳ କଥା କହିଲେ ଏହି ଟ୍ୟାପ ରେ ଦିନ ତମାମ ଅପେକ୍ଷା କଲେ ପାଇବେ ମାଠିଏ ପାଣି । ଗାଆଁ ରେ ରହିଛି ନଳକୂପ ତାହା ବ୍ୟବହାର ଉପଯୋଗୀ ନୁହ । ଏନେଇ ବାରମ୍ବାର ପୂର୍ବ ସରକାର ଠାରେ ଗୁହାରି କରି କରି ଆଶା ମଉଳି ଗଲା ତଥାପି ପାଇ ପାରିଲେ ନାହିଁ ମୌଳିକ ସୁବିଧା । ନୂତନ ସରକାର ଉପରେ ଆସା ଓ ବିଶ୍ୱାସ ରଖି ଛନ୍ତି ଗ୍ରାମବାସୀ । ତେବେ ତତ୍କାଳୀନ ସରକାର ବିକାଶ ର ଗୁଣ ଗାନ କରୁଥିବାବେଳେ ଏହି ଅଞ୍ଚଳ ବା ଏଠାକାର 4 ଖଣ୍ଡ ଗ୍ରାମ କୁ କିପରି ଦୃଷ୍ଟି ଆଦୁଆଳରେ ରଖିଥିଲେ । ବିକାଶ କାହିଁକି ପହଞ୍ଚାଇ ପାରୁନଥିଲେ ତାହା ଏଠି ଅନେକ ପ୍ରଶ୍ନ ସୃଷ୍ଠି କରୁଛି । ଖବର ପ୍ରସାରଣ ପରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କଣ ଦୃଷ୍ଟି ଦେଉଛନ୍ତି ତାହାକୁ ହିଁ ଅପେକ୍ଷା