ବରଗଡ- ୫,୧୧ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସଂକ୍ରିଡା ଗ୍ରାମର ଉତ୍ତମରାଜ ପୁରୋହିତଙ୍କ ବଡ ପୁଅ ସୃଜନ ସମ୍ବିତ ପୁରୋହିତ ବୟସ ୨୮ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଭଡା ଘରେ ରବିବାର ରାତିରେ ଦେହାନ୍ତ ହୋଇଥିଲା, ସ୍ଵର୍ଗତ ପୁରୋହିତ ବାଲୁଗାଁ ସ୍ଥିତ ଆସିଆସିଆଇ ବ୍ଯାଙ୍କ ରେ ଆସିଷ୍ଟାଣ୍ଟ ଶାଖା ପରିଚାଳକ ଭାବରେ ରେ କାର୍ଯ୍ୟରତ ଥିଲେ। ସେ ବ୍ଯାଙ୍କ ନ ଆସିବାରୁ ବ୍ଯାଙ୍କ କର୍ମଚାରୀ ତାଙ୍କ ଭଡ଼ା ଘର କୁ ଯାଇଥିଲେ, ତାଂକୁ ଡାକିବାରୁ ଶୁଣି ନଥିଲେ, ପରେ ପୋଲିସ ଆସି ଡାକ୍ତରଖାନା କୁ ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ। ବାଲୁଗାଁ ପୋଲିସ ଅପମୃତ୍ୟୁ କେସ ରୁଜୁ କରି ଶବ ବ୍ୟବଚ୍ଛେଦ ପଠାଇ ତଦନ୍ତ କରୁଛନ୍ତି। ପରେ ସଂକ୍ରିଡା ଗ୍ରାମ କୁ ଖବର ଦେଇଥିଲେ, ଏଠାରୁ ଆତ୍ମିୟ, ସ୍ଵଜନ ଯାଇଥିଲେ, ପୋଲିସ ପକ୍ଷରୁ ଶବକୁ ହସ୍ତାନ୍ତର କରିଥିଲେ। ଏହି ଦୁଃଖଦ ଘଟଣା ଜଣାପଡିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ଶରୀର ଦର୍ଶନ ପାଇଁ ବହୁ ସଂଖ୍ୟାରେ ଆତ୍ମିୟ, ବଂଧୁ ପରିଜନ, ସଂକ୍ରିଡା ଗ୍ରାମର ସମସ୍ତ ମହିଳା, ପୁରୁଷ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମୃତ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳି ସ୍ରୁଷ୍ଟି ହୋଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଆଖିରେ ଦୁଃଖ ଅଶ୍ରୁ ଆପେ ଅପେ ନିର୍ଗତ ହେବାର ଦେଖାଯାଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆତ୍ମିୟ ସ୍ୱଜନ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପରେ ଶବାଧାରରେ ସମସ୍ତେ ସାମିଲ ହୋଇ ସଂକ୍ରିଡା ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସତ୍କାର କରାଯାଇଥିଲା। ଶେଷରେ ସ୍ଵର୍ଗତ ପୁରୋହିତ କଂ ସାନଭାଇ ଶୁଭେନ୍ଦୁ ଶେଖର ପୁରୋହିତ ମୁଖାଗ୍ନି ଦେଇଥିଲେ।
Related Posts

ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ।
ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ। ସେମିଳିଗୁଡା : ୧୭,୮,୨୦୨୪:କୋରାପୁଟର ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ଅନୁଷ୍ଠାନ ମାନସକୁ ସେମିଳିଗୁଡାର…

ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ ।
ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ:) ଭାବେ ଦାୟିତ୍ଵ ନେଲେ ଡ଼ାଃ ମହମ୍ମଦ ମୁବାରକା ଅଲ୍ଲୀ । ଗଜପତି(ମନୋଜ ପାଢୀ/…

ସରକାରୀ ଶିକ୍ଷକଙ୍କୁ ଶିକ୍ଷାଧିକାରୀଙ୍କ ଚିଠି ହେଲ୍ମେଟ୍ ନାହିଁ ତ….. ଦରମା ନାହିଁ
ସରକାରୀ ଶିକ୍ଷକଙ୍କୁ ଶିକ୍ଷାଧିକାରୀଙ୍କ ଚିଠି ହେଲ୍ମେଟ୍ ନାହିଁ ତ….. ଦରମା ନାହିଁ ଆର,ଉଦୟଗିରି (ମନୋଜ କୁମାର ପାଢୀ/୨୯/୬/ ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ଜଣେ…