ବାହାରକୁ ଚାଲାଣ ବେଳେ ଏକ କୁଇଣ୍ଟାଲ୍ ଗଞେଇ ଅବକାରୀ ବିଭାଗ ପକ୍ଷରୁ ଜବତ।

ବାହାରକୁ ଚାଲାଣ ବେଳେ ଏକ କୁଇଣ୍ଟାଲ୍ ଗଞେଇ ଅବକାରୀ ବିଭାଗ ପକ୍ଷରୁ ଜବତ।

ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଶାଖା କର୍ମଚାରୀ ମାନେ ପେଟ୍ରୋଲିଂ ବେଳେ ସ୍ଥାନୀୟ ରେଳଷ୍ଟେସନ ରାସ୍ତା ନେହେରୁ ପାର୍କ ନିକଟରେ ସନ୍ଦେହ ଜନକ ଭାବେ ତିନି ଯୁବକ କୁ ଅଟକାଇ ଯାଞ୍ଚ କରିଥିଲେ ଓ ସେମାନଙ୍କ ଠାରୁ ଦୁଇଟି ମୋଟରସାଇକେଲ ସହ ୧୦୧ କିଲୋ ଗଞ୍ଜେଇ ଜବତ କରିଛନ୍ତି।ଅଟକ ଯୁବକ ମାନେ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ରାମଚନ୍ଦ୍ର ଗୌଡ, ଶ୍ରୀକାନ୍ତ ଗୌଡ ଗଞ୍ଜାମ ଜିଲ୍ଲା କେ ନୁଆ ଗାଁ ଥାନା ଅଞ୍ଚଳର ନକୁଳ ନାୟକ ଗଜପତି ଜିଲ୍ଲାରୁ ଉକ୍ତ ଗଞେଇ ଆଣି ଟ୍ରେନ୍ ଯୋଗେ ବାହାର ଜିଲ୍ଲାକୁ ରପ୍ତାନି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି। କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନ, ସହ ଅଧିକ୍ଷକ କୁମୁଦ ରଞ୍ଜନ କହଁର, ନୀରିକ୍ଷକ ମନୀଷା ଭୋଳ ଓ ବି ମନୋଜ କୁମାରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉକ୍ତ ରାକେଟ କୁ ଧରିବା ପାଇଁ ଉଦ୍ୟମ କରି ସଫଳତା ପାଇଛନ୍ତି। ଅନ୍ୟ ପକ୍ଷରେ ଗଞେଇ ଜବତ କରି ଅଟକ ଯୁବକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *