ବିକଶିତ ଗାଁ ଓ ବିକଶିତ ଓଡିଶା, ସ୍ବତନ୍ତ ଗ୍ରାମସଭା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିକଶିତ ଗାଁ ଓ ବିକଳତ ଓଡିଶା ଉପଲକ୍ଷେ ଏକ ସ୍ବତନ୍ତ ଗ୍ରାମସଭା ଅନୁଷ୍ଠିତ କରାଯାଉ ଥିଲା । ସରପଞ୍ଚ ଶ୍ରୀ ଡାଳିମ୍ବ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଗ୍ରାମ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଗ୍ରାମ ସଭାରେ ଶ୍ରୀ ଶଶାଙ୍କ ଶେଖର ସୁବୁଦ୍ଧି ପିଇଓ , ସମିତିସଭ୍ୟା ଶିବାନି ବେହେରଦଲାଇ, ବ୍ଳକ କୋଡିନେଟର ଶ୍ରୀ କାହ୍ନୁ ଚରଣ ମାଝି, ସମାଜ ସେବୀ ଜଗବନ୍ଧୁ ଦାସ, ଶ୍ରୀମତୀ ସୋଫିଆ ସ୍ବାଇଁ ସଂଯୋଜକ ଉନ୍ନତ୍ତି ପ୍ରଜେକ୍ଟ BBSR ଉପସ୍ଥିତ ରହି ବିକଶିତ ଗାଁ ଓ ବିକଳତ ଓଡିଶା ଉପଲକ୍ଷେ ୫ ବଷିଆ ବାଷିକ କାର୍ଯ୍ୟର ଖସଡା ପ୍ରସ୍ତୁତି ସମନ୍ଧରେ ସର୍ବ ସାଧାରଣକୁ ଅବଗତ କରାଇଥିଲେ । ନିର୍ବାହୀ ଅଧିକାରୀ ବିକଶିତ ଗାଁ ଓ ବିକଳତ ଓଡିଶା ଏହି ନୂତନ ଯୋଜନାର ମାର୍ଗ ଦର୍ଶିକା ପ୍ରକାରେ ଗ୍ରାମଞ୍ଚଳର ଉନ୍ନତ୍ତି ନିମନ୍ତେ କିପରି ବିକାଶ ମୂଳକ କାର୍ଯ୍ୟ ହେବ ଆଲୋକ ପାତ କରିଥିଲେ ଏବଂ ସର୍ବ ସାଧାରଣକୁ ମାର୍ଗ ଦର୍ଶନ କରାଇଥିଲେ । ADEO ଏବଂ ଯୋଗାଣ ସହାୟକ ରେସନ କାର୍ଡ ସମନ୍ଧରେ ସମସ୍ତକୁ ଅବଗତ କରାଇଥିଲେ । ମେଡିକଲ ବିଭାଗ, କୃଷି ବିଭାଗ ଓ ଶିକ୍ଷା ବିଭାଗର କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ରହି ନି ନିଜ ବିଭାଗର କାର୍ଯ୍ୟକ୍ରମ ସମନ୍ଧରେ ସମସ୍ତକୁ ଅବଗତ କରାଇଥିଲେ । ସର୍ବଶେଷରେ ନିର୍ବାହୀ ଅଧିକାରୀ ସମସ୍ତକୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।
Related Posts

କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି।
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା…

ଅନ୍ତର୍ଜାତୀୟ ମାନବ ଧିକାର ଦିବସ ପାଳିତ
ଅନ୍ତର୍ଜାତୀୟ ମାନବ ଧିକାର ଦିବସ ପାଳିତ ରାୟଗଡା : ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଜିଲ୍ଲା ମାନବ ଅଧିକାର ଏବଂ ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ…

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା ଭୁବନେଶ୍ୱର: ଆସନ୍ତା ମାଘ ସପ୍ତମୀରୁ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରା ।ମଇଦାନକୁ ଓହ୍ଲାଇବେ ୧୨ଟି ଯାତ୍ରା ପାର୍ଟି । ଖଣ୍ଡଗିରି ଯାତ୍ରାରେ…