ଆର.ଉଦୟଗିରି(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ବିଜେଡି ପକ୍ଷରୁ ଶୁକ୍ରବାର ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ସମଦ୍ଧନା ଦିଆଯାଇଛି । ଶ୍ରୀ ଗମାଙ୍ଗଙ୍କୁ ପ୍ରଥମେ ସ୍ଥାନୀୟ ଶିବ ଉଦୟନାଥ ମନ୍ଦିର ଦର୍ଶନ କରିବାପରେ ଦଳତରଫରୁ ମନ୍ଦିର ନିକଟରେ ଥିବା ପଞ୍ଚାୟତ ଦ୍ବାରା ପରିଚାନା କରୁଥିବା କଲ୍ୟାଣ ମଣ୍ଡପକୁ ତାଙ୍କୁ ପାଛୋଟି ନିଆଯିବା ସହ ବିଜେଡି ଦଳ କର୍ମୀମାନଙ୍କୁ ନେଇ ନିର୍ବାଚନ ରଣନୀତି ସମ୍ପର୍କରେ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୂଗୁ ବକ୍ସି ପାତ୍ରଙ୍କୁ ଦଳ କିପରି ବିପୁଳ ସଂଖ୍ୟାରେ ବିଜୟ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ତାଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଟିକେଟ ଦେଇଥିବାରୁ ଶ୍ରୀ ଗମାଙ୍ଗ ଧନ୍ୟବାଦ ଦେବା ସହ ମୋହନା ନିର୍ବାଚନ ମଣ୍ଡଳୀବାସୀଙ୍କ ଉପରେ ସମ୍ପୂଣ୍ଣ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ।
ଦଳର ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ, ପ୍ରଣତ ଲିମା, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ,ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲା ପିରିଷଦ ସଭ୍ୟା ଯମୁନା ଦଳବେହେରା, ତାରକେଶ୍ବର ମହାଙ୍କୁଡ, ରାଜେନ୍ଦ୍ର ରଣସିଂ ନାହୟକ ମୋହନାର ପୂର୍ବତନ ପର୍ଯ୍ୟବେକ୍ଷକ ସୁସିତା ପରଡା,ପୂର୍ବତନ ସାସଂଦ ପ୍ରତିନୀଧି କିଶୋର ଚନ୍ଦ୍ର ଘଡେଇ , ସ୍ଥାନୀୟ ସରପଞ୍ଚ ଜାମେସ୍ ରାଇକା, କୁମାରୀ କାର୍ଯୀ, ଦୀପକ ପାଣି, ଦେବରାଜ ସୁବୁଦ୍ଧି,ସନ୍ତୋଷ ପ୍ରଧାନୀ , ପ୍ରଫୁଲ ବଦ୍ଧନ ଏବଂ ବହୁ ବିଜେଡି ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ ।
