ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ନୂଆଦିଲ୍ଲୀ : ଶପଥ ଗ୍ରହଣ ପର୍ବ ଶେଷ ହେବା ପରେ ଆଜି ରାତି ସୁଦ୍ଧା ଦିଲ୍ଲୀ ରେଖା ଗୁପ୍ତା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଗୃହ, ଅର୍ଥ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିବାର ସମ୍ଭାବନା ଥିବାବେଳେ ପ୍ରବେଶ ବର୍ମାଙ୍କୁ ପିଡବ୍ଲୁଡି, ଶିକ୍ଷା ଓ ପରିବହନ ବିଭାଗ ଦିଆଯାଇପାରେ । ସେହିପରି ମନଜିନ୍ଦର ସିଂ ସିରସାଙ୍କୁ ସ୍ବାସ୍ଥ୍ୟ, ସହରି ବିକାଶ ଓ ଶିଳ୍ପ ବିଭାଗ ମିଳିପାରେ । ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରେଖା ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗରୁ ରେଖା ୨୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ୧୧ ଦିନ ପରେ ରେଖା ଗୁପ୍ତା ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ରାମଲୀଲା ମୈଦାନରେ ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *