ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ତୃତୀୟ ଦିନ ରେ ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ -( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ଜର୍ଜ ହାଇସ୍କୁଲ ,ମିନା ବଜାର ପଡିଆ ଠାରେ ନିଷ୍ଠା ପରିବାର ତରଫ ରୁ ତୃତୀୟ ଦିନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେଡ ଡ୍ରପ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ, ସମ୍ବାନୀତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ସମରେନ୍ଦ୍ର ପଣ୍ଡା,ରକ୍ତ ଭଣ୍ଡାର ଅଧିକାରୀ ଡାଃ ସୁଶାନ୍ତ କୁମାର କର,ଡାଃ ପ୍ୟାରିଲାଲ ତ୍ରୀପାଠୀ, ଡିପିଏମ ଗିରିଜା ଶଙ୍କର ମିଶ୍ର, ସମ୍ବଲପୁର ରକ୍ତ ଭଣ୍ଡାର ର ଡାକ୍ତର କଳ୍ପେଶ କକ୍କଡ ,ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ବର ନାଏକ, ଚାଷୀ ନେତା ରମେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଧନୁଯାତ୍ରା ଦେଖି ଆସିଥିବା ସମୟ ରେ ରକ୍ତ ଦେବା ପାଇଁ ଯୁବକ ଯୁବତୀ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୭୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ କୋଟି କୋଟି ପ୍ରଣାମ ଓ ହୃଦୟ ରୁ ଆନ୍ତରିକତା ସହ ଧନ୍ୟବାଦ ଜ୍ଞାପନ କରୁଛୁ।