ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ

ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ

ଭୁବନେଶ୍ୱର:- ସୁନ୍ଦରଗଡ ମାଟିର ଭୂମିପୁତ୍ର ଭୁୟାଁ ଆଦିବାସି ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ର ମାନ୍ୟତା ପ୍ରଦାନ ପାଇଁ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ ର ଏକ ପ୍ରତିନିଧି ମଣ୍ଡଳୀ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଅତିଶୀଘ୍ର ଦାବି ପୂରଣ ପାଇଁ ନିବେଦନ କରିଛନ୍ତି। ଅତିଶିଘ୍ର ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଏବଂ ସରକାରୀ ମେଡିକାଲ କଲେଜ ଓ ହସପିଟାଲ କି ମାଦ୍ରି କାଲୋ ଙ୍କ ନାମରେ ନାମିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତିସର୍ବ ଭାରତୀୟ ଅଖଣ୍ଡ ଭୁୟାଁ ସମାଜ ର କେନ୍ଦ୍ରୀୟ କମିଟି ଉପ ସଭାପତି ରବି ରତ୍ନ ପଟେଲ ଙ୍କ ନେତୃତ୍ବ ରେ ସାଂଗଠାନିକ ଉପ ସଭାପତି ଦେବେନ୍ଦ୍ର ଅମାତ,କେନ୍ଦ୍ରୀୟ ସମ୍ପାଦକ ରାମ ଚନ୍ଦ୍ର ଅମାତ, ଜିଲ୍ଲା କମିଟି ସମ୍ପାଦକ ଗଣେଶର ନାଏକ୍, ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୁରୁ ପ୍ରମୁଖ ବୀର ମlଦ୍ରୀ କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ସୁଚନାଯୋଗ୍ୟ ଯେ – ତତ୍କାଳିନ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗାଁ ନିକଟସ୍ଥ କୁରେଇବଗା ଗାଁ ରେ ଜନ୍ମ ଗ୍ରହଣ କରିଥିବା ବୀର ମlଦ୍ରି କାଲୋ ସ୍ଥାନୀୟ ଅଞ୍ଚଳ ର ମହାବୀର ପର୍ବତ କୁ ସଂଗ୍ରାମ ର ପେଣ୍ଠସ୍ଥଳ ଭାବେ କରି ସେହି ଠାରୁ ଲଢେ଼ଇ କରୁଥିଲେ । ତାଙ୍କ ସଂଗ୍ରାମ ଫଳରେ ଇଂରେଜ ସରକାର ଅତିଷ୍ଠ ହୋଇ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଫଳରେ ତାଙ୍କୁ ଦମନ କରିବା ପାଇଁ ବ୍ରିଟିଶ ଶାସନ ଚେଷ୍ଟା କରି ଅସଫଳ ହେବାରୁ ତାଙ୍କୁ କୁଚକ୍ର ରେ ବିଶ୍ୱାସଘାତ କରି ତାଙ୍କୁ ୧୮୯୭ ରୁ ୧୯୦୬ ପର୍ଯ୍ୟନ୍ତ ପ୍ରଥମେ ରାଞ୍ଚି ଜେଲ୍ ଓ ପରେ ହଜାରୀବାଗ ରେ ବନ୍ଦୀ କରି ରଖାଯାଇଥିଲା ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ଅନେକ ସଂଗ୍ରାମୀ ଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିଲେ ସୁଦ୍ଧା ସୁନ୍ଦରଗଡ ଜିଲ୍ଲା କୁ ଅଣଦେଖା କରିଛନ୍ତି। ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ର ମାନ୍ୟତା ପାଇଁ ମହାମହିମ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ , ତତ୍କାଳିନ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଫଳରେ ତତ୍କାଳିନ ଆଦିବାସି ମନ୍ତ୍ରାଳୟ, ଆଦିବାସି ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ ତତ୍କାଳିନ ମୁଖ୍ୟମନ୍ତ୍ରୀ ଙ୍କୁ ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ର ମାନ୍ୟତା ପ୍ରଦାନ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କୁ ତାଙ୍କ ନାମରେ ନାମିତ କରିବା ପାଇଁ ପତ୍ର ଲେଖି ଦାବି କରି ଥିଲେ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର୍ ଅଛି ଏଣୁ ଆପଣଙ୍କ ମାଧ୍ୟମରେ ସରକାର ଙ୍କ ଦାବୀ ଓ ପ୍ରତିଶ୍ରୁତି ମୁତାବକ ଓଡ଼ିଶା ସରକାର ମାଦ୍ରି କାଲୋ ଙ୍କୁ ସ୍ୱାଧିନତl ସଂଗ୍ରାମୀ ର ମାନ୍ୟତା ପ୍ରଦାନ ଏବଂ ମେଡିକାଲ କଲେଜ କୁ ତାଙ୍କ ନାମରେ ନାମିତ କରିବା ପାଇଁ ଦାବୀ କରୁଛୁ। କେନ୍ଦ୍ର ସରକାର ସ୍ବାଧୀନତାର ଅମୃତ ମହୋତ୍ସବ ରେ ବୀର ମାଦ୍ରି କାଲୋ ଙ୍କୁ ସ୍ଥାନ ଦେଇ ସମ୍ମାନ ଦେଇଛନ୍ତି, ଏଣୁ ଅତିଶିଘ୍ର ସୁନ୍ଦରଗଡ ଜିଲ୍ଲାର ଭlବାବେଗ ଓ ସ୍ବାଭିମାନ ଙ୍କୁ ସମ୍ମାନ ଦେଇ ବୀର ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ର ମାନ୍ୟତା ଦେଇ ସୁନ୍ଦରଗଡ ମାଟିର ଉଚିତ୍ ସମ୍ମାନ ପାଇଁ ଦାବୀ କରୁଛୁ ।ଆପଣଙ୍କ ବିଶ୍ୱସ୍ତ ରାମ ଚନ୍ଦ୍ର ଅମାତ ସମ୍ପାଦକସର୍ଵଭlରତୀୟ ଅଖଣ୍ଡ ଭୁୟାଁ ସମାଜ,କେନ୍ଦ୍ର କମିଟି

Leave a Reply

Your email address will not be published. Required fields are marked *