ବୃଦ୍ଧା ମାଁ ଙ୍କୁ ଆକ୍ରମଣ ଅଭିଯୋଗ ରେ ଦୁଇ ଝିଅ ଓ ନାତି ଗିରଫ। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞିପଲୀ ଯାତ୍ରା ପଡିଆ ତୋଟା ସାହିର କାନ୍ତି ବେହେରା ନାମ୍ନୀ ଜଣେ ବୃଦ୍ଧା ନିଜ ଘରେ ରହୁଥିବା ବେଳେ ଦୁଇ ବିବାହିତା ଝିଅ ସସ୍ମିତା ଦେବୀ ଓ ବସ୍ମୀତା ଦେବୀ ନାତି ସମୀର ବେହେରା ସହ ଆସି ଉକ୍ତ ଘରେ ରହିବା ସହ ବୃଦ୍ଧା ମାଁ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରିସ୍ଥିତି ଅସମ୍ଭାଳ ହେତୁ ମାଁ କାନ୍ତି ବେହେରା ଆମ୍ବପୁଆ ନିକଟରେ ଏକ ଭଡ଼ା ଘରକୁ ଯାଇ ରହୁଥିଲେ। ମାର୍ଗଶୀର ମାସ ଗୁରୁବାର ପୁଜା ପାଇଁ ବୃଦ୍ଧା ଜଣଙ୍କ ନିଜ ଘରକୁ ଆସିଥିବା ବେଳେ ଦୁଇ ବିବାହିତା ଝିଅ ଓ ନାତି ମିଶି ବୃଦ୍ଧା ମାଁ ଙ୍କୁ ଗାଳିଗୁଲଜ କରିଥିଲେ ଓ ଏକ ଲୁହା ଛଡରେ ଆକ୍ରମଣ କରିଥିଲେ। ମାଁ ଙ୍କର ଏହି ଅବସ୍ଥା ଦେଖି ପୁଅ ଅମିତ୍ ଆସି ପ୍ରତିରୋଧ କରିବାରୁ ସମସ୍ତେ ମିଶି ଅମିତ୍ ର ସ୍କୁଟି ଗାଡ଼ି ଭାଙ୍ଗି ଅମିତ୍ କୁ ମଧ୍ୟ ଆକ୍ରମଣ କରିଥିଲେ।ଯାହା ଫଳରେ ବୃଦ୍ଧା ମାଁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ କରି ଅଭିଯୁକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ରିପୋର୍ଟ୍:ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ
ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଦେଶୀ ଚାଷର ନିରନ୍ତର ଓ ପୁନରୁଦ୍ଧାର ପଦ୍ଧତି ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଓ କର୍ମଶାଳା ଉଦଯାପିତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଦେଶୀ ଚାଷର ନିରନ୍ତର ଓ ପୁନରୁଦ୍ଧାର ପଦ୍ଧତି ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଓ କର୍ମଶାଳା ଉଦଯାପିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ…
ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ ।
ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଅସମ୍ଭାଳ ଭିଡ, ନିରାଶ ହୋଇ ଫେରୁଛନ୍ତି ଲୋକେ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବତ୍ତମାନ…