ସଲିଆପତିନିକୁ ବେଆଇନ ଶିକାର କରୁଥିବା ୪ ଶିକାରୀ ଗିରଫଗଜପତି , /୨୦/୪ :ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦ କୁମାର ଜିଲ୍ଲାରେ ଜଙ୍ଗଲ ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ କଡାକଡ଼ି ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ସମସ୍ତ ବନ କର୍ମଚାରୀ ସଜାଗ ରହିବା ସହ ବିଭିନ୍ନ ପ୍ରକାର ପେଟ୍ରୋଲିଂରେ ଜାରି ରଖିଛନ୍ତି. ଏଭଳି ପେଟ୍ରୋଲିଂରେ ଜାରି ରଖିଥିବାବେଳେ ସଲିଆପତିନିକୁ ବେଆଇନ ଭାବେ ଶିକାର କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି. ଘଟଣାରୁ ପ୍ରକାଶ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ୍ ସୁବ୍ରଜିତଙ୍କ ନେତୃତ୍ୱରେ ଗତ ବୁଧବାର ବିଳମ୍ବିତ ରାତ୍ରରେ ଗରାବନ୍ଧ ସେକ୍ସନ ଷ୍ଟାଫ ଲବନ୍ୟଗଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ଜନ୍ତୁକୁ (ସଲିଆପତିନି) ବେଆଇନ ଭାବେ ଶିକାର କରୁଥିବା ଦେଖ୍ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶର ଶେଖରପୁର ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଜନ୍ତୁ ଶିକାର ମାରଣଅସ୍ବ ଜବତ କରାଯାଇଛି. ଏଥିରେ ଆଉ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରିରହିଛି । ଏହି ପେଟ୍ରୋଲିଂରେ ବନପାଳ ଦୁର୍ୟ୍ୟୋଧନ ଜେନା,ବନରକ୍ଷୀ ଗିରିଶ କୁମାର ଏବଂ ପାରା ଫରେଷ୍ଟ ଷ୍ଟାଫ ଉପସ୍ଥିତ ରହିଥିଲେ।
Related Posts
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟlରଣ୍ୟ l
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟlରଣ୍ୟ l
ମୋହନା ପୋଲିସର ଜୋରଦାର ଚଢ଼ାଉ 20ଏକର ର ଗଞ୍ଜେଇ ଚାଷ ନଷ୍ଟ l
ମୋହନା ପୋଲିସର ଜୋରଦାର ଚଢ଼ାଉ 20ଏକର ର ଗଞ୍ଜେଇ ଚାଷ ନଷ୍ଟ l ଆର,ଉଦୟଗିରି :22/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଥାନା ପକ୍ଷରୁ ଜୋରଦାର…
ପ୍ରସିଦ୍ଧ ଦୈବୀ ପୀଠ ମାଁ ତାରାତାରିଣୀ ମନ୍ଦିର ଚୋରି ଅଭିଯୋଗରେ ୬ ଜଣ ଗିରଫ।
ପ୍ରସିଦ୍ଧ ଦୈବୀ ପୀଠ ମାଁ ତାରାତାରିଣୀ ମନ୍ଦିର ଚୋରି ଅଭିଯୋଗରେ ୬ ଜଣ ଗିରଫ। ଗଞ୍ଜାମ:ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମାଁ ତାରାତାରିଣୀ ମନ୍ଦିରରୁ ଚୋରି…