*ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲା ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ ପ୍ରଫେସର ପ୍ରସନ୍ନ ଜିତ ମିଶ୍ରଂକ ତତ୍ତ୍ଵାବଧାନରେ, କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଉପ ଯୁଗ୍ମ ନିର୍ଦ୍ଦେଶକ (UEBP) ପ୍ରଫେସର ପି. କେ. ମହାନ୍ତି ସଭାକାର୍ଯ୍ୟ ଅରମ୍ଭ କରିଥିଲେ l ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. ଏସ. କେ. ମଣ୍ଡଳ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଡ. ଜ୍ଞାନାଲୋକ ଦାଶ, ଜିଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଡ. ସୁଶାନ୍ତ ରଞ୍ଜନ ଦାଶ, ଡ଼ି. ଡ଼ି. ଏମ. ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡl, କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ – ୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁଜିତ କୁମାର ନାଥ, କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ, ଜିଲ୍ଲାର କୃଷକ ଓ କୃଷିଜୀବୀ ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷର ଖସଡ଼ା ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Related Posts

ପୁରୀ ବାଣ ଦୁର୍ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା
ପୁରୀ ବାଣ ଦୁର୍ଘଟଣା: ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ…

ରାମଗିରିକୁ ନୂତନ ବ୍ଲକ ଗଠନ ଦାବୀ ନେଇ ପ୍ରସ୍ତୁତି ବୈଠକ।
ରାମଗିରିକୁ ନୂତନ ବ୍ଲକ ଗଠନ ଦାବୀ ନେଇ ପ୍ରସ୍ତୁତି ବୈଠକ।ଆର,ଉଦୟଗିରି (ମନୋଜ କୁମାର ପାଢୀ) ତା, ୧୨,୦୧,୨୦୨୫ ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ରାମଗିରି ଗ୍ରାମ…

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ ଗଜପତି(ମନୋଜ ପାଢୀ/ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ…