ବ୍ରହ୍ମପୁରର କୋଣ ଅନୁକୋଣରେ, ପ୍ରତ୍ୟେକ ସାହି ଓ ଗଳିରେ ସବୁ ବର୍ଗର ଲୋକ ସ୍ୱାଧୀନ ପ୍ରାର୍ଥୀ ଶିଵଶଙ୍କର ଦାଶ(ପିଣ୍ଟୁ )ଙ୍କୁ ବିପୁଳ ସମର୍ଥନ ଜଣାଇ ତାଙ୍କ ପ୍ରଚାରରେ ସାମିଲ ହେଉଥିବା ପରିଲକ୍ଷିତ ହେଉଛି।

ବ୍ରହ୍ମପୁରର କୋଣ ଅନୁକୋଣରେ, ପ୍ରତ୍ୟେକ ସାହି ଓ ଗଳିରେ ସବୁ ବର୍ଗର ଲୋକ ସ୍ୱାଧୀନ ପ୍ରାର୍ଥୀ ଶିଵଶଙ୍କର ଦାଶ(ପିଣ୍ଟୁ )ଙ୍କୁ ବିପୁଳ ସମର୍ଥନ ଜଣାଇ ତାଙ୍କ ପ୍ରଚାରରେ ସାମିଲ ହେଉଥିବା ପରିଲକ୍ଷିତ ହେଉଛି।

ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାଶ (ପିଣ୍ଟୁ)ଙ୍କ ନିର୍ବାଚନୀ ପ୍ରଚାରରେ ଦିନକୁ ଦିନ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଯେଉଁ ଅଞ୍ଚଳକୁ ଶ୍ରୀଯୁକ୍ତ ଦାଶ ପ୍ରଚାର ପାଇଁ ଯାଉଛନ୍ତି ସେଠାରେ ବହୁ ମାତ୍ରାରେ ଲୋକେ ରୁଣ୍ଡ ହୋଇ ନିଜର ଶତ ପ୍ରତିଶତ ସମର୍ଥନ ମାଠିଆ ଚିହ୍ନକୁ ରହିଥିବା କହୁଥିବା ଦେଖିବାକୁ ମିଳୁଛି।ଯେତେବେଳେ ଶିବଶଙ୍କର ଦାଶ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଥିଲେ ସେତେବେଳେ ସହର ଓ ସହରବାସୀଙ୍କ ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୪ ମସିହାରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ହେଇଗଲାଣି, ସହରରେ ଆଉ ବିକାଶର ଚିହ୍ନଵର୍ଣ୍ଣ ଦେଖା ଯାଉନି।

ଅନ୍ୟପଟେ ସହରରେ ରହିଥିବା ପ୍ରତ୍ୟେକ ଅଞ୍ଚଳରେ ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର ନାଁ ରେ ଶୁଖାଇ ଦିଆଯାଇ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇନାହିଁ । ଏହି ସମସ୍ୟା ଯୋଗୁଁ ଗ୍ରୀଷ୍ମ ଋତୁର ଏ ପ୍ରଚଣ୍ଡ ଖରାରେ ଉକ୍ତ ପୋଖୋରୀ ଉପରେ ନିର୍ଭର କରୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ପରିବାର ବହୁ ସମସ୍ୟାରେ ରହିଥିବା ଲୋକେ କହିଛନ୍ତି । ଏଭଳି କ୍ଷେତ୍ରରେ ବ୍ରହ୍ମପୁରରେ ଶିବଶଙ୍କର ଦାଶ ବିଧାୟକ ହେବା ଜରୁରୀ ବୋଲି ପ୍ରଚାର ବେଳେ ସ୍ଥାନୀୟ ଲୋକେ ମିଶି ନିଜର ସମ୍ପୂର୍ଣ ସମର୍ଥନ ରହିଥିବା କହିଥିଲେ । ତେବେ ରବିବାର ସଂଧ୍ୟାରେ ମହାନଗର ନିଗମର ୩୬ ନଂ ୱାର୍ଡରେ ନିଜର ଧର୍ମପତ୍ନୀ ଶ୍ରୀମତୀ ଆଶା କୁମାରୀ ଦାଶଙ୍କ ସମେତ ବହୁ ମହିଳା ସମର୍ଥକ ସାମିଲ ହେଲେଣି ଏବଂ ଉକ୍ତ ୱାର୍ଡର ସମସ୍ତ ଗଳି ବୁଲି ନିଜର ପ୍ରଚାର କରିଥିଲେ । ଏହି ଅବସରରେ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଶ୍ରୀଯୁକ୍ତ ଦାଶ ଓ ତାଙ୍କ ଧର୍ମପତ୍ନୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବାଣ ଫୁଟାଇ ଭବ୍ୟ ସ୍ଵାଗତ କରି ନିଜ ୱାର୍ଡ ପ୍ରଚାରରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *