ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି।
ବିଷମକଟକ : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ ପଛ ପଟ ଥିବା ପଡିଆ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି -୨୦୨୪ ବିଷମକଟକ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। । ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ଯୁଷିତ ବିଷମକଟକ ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଗ୍ରାମଦେବୀଙ୍କ ମାଁ ମାର୍କମା ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଆଜି ୧୦ ଘଣ୍ଟିକା ସମୟରେ ପ୍ରଭାତରୁ ପବିତ୍ର କଳସ ପୂଜାର୍ଚ୍ଚନା କରିବା ପରେ ମାଆଙ୍କ ଅଖଣ୍ଡ ଜ୍ୟୋତି ମଶାଲ ଅଣାଯାଇ ଚଇତି ମଣ୍ଡପରେ ରଖାଯାଇ ଥିଲା। ପ୍ରଥମେ ବିଷମକଟକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାଏକଙ୍କ,ସଭାପତି ତ୍ୱରେ ଚଇତି ଲୋକ ମହୋତ୍ସବ ଶୁଭାରମ୍ଭ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସରକାରୀ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀମାନେ ଚଇତି ପ୍ରତି ଯୋଗିତାରେ ଭାଗ ନେଇଥିଲେ। ପରେ ସନ୍ଧ୍ୟାରେ ଚଇତି କମିଟି ଅଧକ୍ଷ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିବା ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ଓ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ରାୟଗଡ଼ା ବିଧାୟକ ଆପାଲ ସ୍ଵାମୀ କାଡ଼୍ରାକା, ଓ ସମ୍ମାନୀତ ଅତିଥି ଜିଲ୍ଲା ବି ଏସ୍ ପି ସଭାପତି ଜିତୁ ଜାକେସିକା, ରିପ୍ରେଜେଣ୍ଟିବ୍ ଏମ୍ ପି ପ୍ରତିନିଧି ଦିଲ୍ଲିପ ପଟନାୟକ, ରାଜ୍ୟ ପିସିସି ସାଧାରଣ ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଶଦା ହୁଇକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେଵୀ ପ୍ରସାଦ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଶିଵ ପଟ୍ଟନାୟକ, ଜିଲ୍ଲା ସାଂସ୍କୃତିକ କଳାକାର ଉପ ସଭାପତି ସନ୍ତୋଷ ବଛା ଚଇତି ମହୋତ୍ସବ ରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ପ୍ରଥମେ ଆୟୋଜନ କମିଟି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲ ଦାର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉପଢ଼କଣି ଦେଇ ସମ୍ବର୍ଦ୍ଧନା କରି ସମ୍ମାନୀତ କରାଯାଇଥିଲା। ଏହି ସମ୍ବର୍ଧନା କାର୍ଯ୍ୟ କ୍ରମ ପରେ ଚଇତି ମହୋତ୍ସବରେ ଲୋକ କଲା ସଂସ୍କୃତି ପରିବେଷଣ କରିଥିବା ପ୍ରତିଭା ମାନଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସେସ ପର୍ଯ୍ୟାୟରେ ଉପସ୍ଥିତ ପ୍ରିଣ୍ଟ ମିଡିଆ ଓ ଇଲୋକ୍କଟ୍ରୋନିକ୍ ମିଡିଆ ବନ୍ଧୁ ସମସ୍ତ ଙ୍କୁ ଉପଢ଼କଣି ଦେଇ ସମ୍ବର୍ଦ୍ଧନା ସମ୍ମାନୀତ କରିଥିଲେ। ଏହି ମହୋତ୍ସବ କାର୍ଯ୍ୟ କ୍ରମ ରେ ତହସିଲଦାର କେ ଭେଙ୍କେଟେଶ୍ଵ ରେଡ଼ି, ଆଇ ଆଇସି ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ,ଗୋଷ୍ଠୀ ଶିକ୍ଷାଧିକାରି , ବିଷମକଟକ ଗ୍ରାମ ପଞ୍ଚାୟତ ସରପଞ୍ଚ ନମିତା କୁଲିସିକା , ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିବା ସହିତ ଆମ ମାଟି ଆମ ସଂସ୍କୃତି, ସଭ୍ୟତା, ଲୋକକଳା, ଆଉ ପରମ୍ପରାର ପ୍ରତୀକ ଚଇତି ଉପରେ ଅଭିଭାଷଣ ରଖିଥିଲେ । ଶେଷରେ କଳାକାର,କ୍ରୀଡାବିତ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବେସରକାରୀ ସସ୍ଥା ତରଫରୁ ଷ୍ଟଲ୍ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଅତିଥି ମାନଙ୍କୁ ମିଶନଶକ୍ତିର ମାନସି ଟାକରୀ ଅତିଥି ମାନଙ୍କୁ, ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚଇତି ସଙ୍ଗୀତ ଗାନ କରିଥିବା ଓ ବିଷମକଟକ ବ୍ଳକର ପ୍ରେତେକ ସ୍କୁଲ କଲେଜ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍କୁଲ ଛାତ୍ରଛାତ୍ରୀ ମାନେ ଭାଗନେଇ ଏହି ଚଇତି ମହୋତ୍ସବ ରେ ବିଭିନ୍ନ ପ୍ରକାର ଆଦିବାସୀ ପରମ୍ପରା ପୁରାତନ ଅସ୍ତ୍ରଶସ୍ତ୍ର ପାରମ୍ପାରିକ ଲୁକ୍କାୟିତ ପ୍ରତିଭାକୁ ଗିତ ନାଚ ସହ ପରିବେଷଣ କରି ଦେଖାଇଥିଲେ । ବିଷମକଟକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୧୧ ଗୋଟି ବ୍ଲକ ଠାରୁ ବିଷମକଟକ ବ୍ଲକ ହେଉଛି ଶ୍ରେଷ୍ଠ ରୁପେ ଚଇତି ଲୋକ ମହୋତ୍ସବ ୨୦୨୪ ଯାହା ଫଳରେ ଏହି ପରି ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଅନେକ ଅକ୍ଲାନ୍ତ ପରିଶ୍ରମ ଓ ପ୍ରୟାସ କରି ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ଓ ଏହା ଏକମାତ୍ର ପ୍ରୟାସ ଏହାର ଦ୍ଵାରା ଭାଇଚାରା ପରମ୍ପରା ବଜାୟୀ ରଖିବା ଏହା ହେଉଛି ଏକମାତ୍ର ମାଧ୍ୟମ , ବହୁତ ସାଫଲ୍ୟ କରିପାରିଛନ୍ତି ବୋଲି ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଧନ୍ୟବାଦ୍ ପ୍ରଶଂସା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିଷମକଟକ ବ୍ଲକ ର ସମସ୍ତ ସହକାରୀ ପଦାଧିକାରୀ ଓ ସମସ୍ତ ଷ୍ଟାଫ୍ ପରିଚାଳନା ରେ ସହଯୋଗ କରିଥିବା ଜଣାପଡିଛି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ