ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଚନ୍ଦ୍ରପୁର ବ୍ଲକ ରେ ଅନୁଷ୍ଠିତ
ରାୟଗଡା : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ମଙ୍ଗଳ ବିଭାଗ ବାଳକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୟିନ କିମ୍ଵାକା,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,କୃଷ୍ଣଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର ଯୋଗଦେଇଥିଲେ l ସମ୍ନାନନୀୟ ଅତିଥିଭାବେ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ବ୍ରେକେବେଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହାଡିବନ୍ଧୁ ବ୍ରେକେବେଡା, ଅତିରିକ୍ତ ବ୍ଲକ ଶିକ୍ଷା ଧିକାରୀ ସିଙ୍ଗାନା ତାଡ଼ଙ୍ଗୀ, ବାଳକୃଷ୍ଣ ବିହାରି,ସରକାରୀ ଏସ ଏସ ଡି ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରୀ ସାହୁ,ଡାଙ୍ଗସୋରଡ଼ା ମଙ୍ଗଳ ବିଭାଗ ଉଚ୍ଚ ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ନେହୁରପାଙ୍ଗା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଜୁ ପାଲ, ରାଇବିଜି ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ, ହାକୁସପାଙ୍ଗା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପିପଳି ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଦୀପ, ଧୂପ ଦେଇ ସରଗିଫୁଲ କାର୍ଯ୍ୟକ୍ରମ ଶୁଭାରମ୍ବ କରିଥିଲେ l ଏଥିରେ ସାତଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ବ୍ଲକ ଅଧ୍ୟକ୍ଷ ଶ୍ରୀ କିମ୍ଵାକା ଛାତ୍ର ଛାତ୍ରୀ ଙ୍କ ଲୁକାୟିତ୍ୱ ପ୍ରତିଭା, ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ହେଉଛି ସରଗିଫୁଲ କାର୍ଯ୍ୟକ୍ରମ ଟ ମୂଳ ଲକ୍ଷ ବୋଲି କହିଥିଲେ l ଏଥିରେ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ ଓ ବଳଭଦ୍ର କୁଟ୍ରୁକା , କୁନା କୁମାର ମାଝୀ, ମକର ତୁଇକା, ରୁଦ୍ରନାରାୟ ବାଗ, ସରଙ୍ଗଧର ବାଗ, ଦିଲେଶ୍ଵର ରାଓ, ଜଗନ୍ନାଥ ଶବର, ପ୍ରଶାନ୍ତ ରତ୍ନାଲୁ, ତାପସ କୁମାର ବେହେରା, ମାଳି ଜୁନାକା ଯୋଗଦେଇ ସରଗିଫୁଲ କାର୍ଯ୍ୟକର୍ମ ପରିଚାଳନା କରିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ