ବ୍ଲକ ସ୍ତରୀୟ ସର୍ଗିଫୁଲ୨୦୨୪:ଆଦିବାସୀ ସଂସ୍କୃତି ଝଲକରେ ଦୁଲିକିଲା ମଣ୍ଡପ।
ମୁନିଗୁଡ଼ା:ତା୧୨-୧୧ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନୁସୂଚିତ ଜାତି ଜନଜାତି ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ “ସର୍ଗିଫୁଲ -୨୦୨୪” ବିଦ୍ୟାର୍ଥୀ ମାନଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ,ନୃତ୍ୟ ଓ ଅଭିନୟ ଓ ଅତିଥି ମାନଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା କୁମାରୀ ସାହୁଙ୍କ ସଭାପତିତ୍ବ ଏବଂ ବରିଷ୍ଠ ଶିକ୍ଷକ ପତିତପାବନ ଜେନା ଓ ଶିକ୍ଷୟତ୍ରୀ ସୁଶ୍ରୀ ଅନୁପମା ବେହେରାଙ୍କ ଚିତ୍ତାକର୍ଷକ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ବ୍ଲକ ଶିକ୍ଷାଧିକାରୀ ଭି ଭାସ୍କର ରାଓ,ମୁଖ୍ୟବକ୍ତା ଅବସରପ୍ରାପ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ,ସମ୍ମାନିତ ଅତିଥିଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ସିଆରସିସି ମାନସୀ ମହାନ୍ତି, ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ,କେ. ବାମନମୂର୍ତ୍ତି,କନ୍ଧ ଗତିଗୁଡ଼ା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି,ମୁନିଖୋଲ ସରପଞ୍ଚ ପାଇକ ଜାକେକା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ।ସଭାପତିତ୍ବ ଅଭିଭାଷଣ ଦେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁ କହିଥିଲେ ଏହି ଉତ୍ସବ ମାଧ୍ୟମରେ ଆମ ବ୍ଲକର ସମସ୍ତ ୧୧ଟି ବିଦ୍ୟାଳୟର ଅନୁସୂଚିତ ଜାତି,ଜନଜାତି ବିଦ୍ୟାର୍ଥିମାନେ ଆମ ଜନଜାତି ସଂସ୍କୃତିର ଲୁକ୍କାୟିତ ନୃତ୍ୟ,ସଙ୍ଗୀତ ଓ ଅଭିନୟକୁ ଉଜାଗର କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ମାଧ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଆଜି ଉପସ୍ଥିତ ଅତିଥି ଓ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିବାକୁ ପ୍ରୟାସ କରିଛନ୍ତି।ଆଜି ଯେଉଁ ପ୍ରତିଭା ଉତ୍କୃଷ୍ଟ କଳା ପ୍ରଦର୍ଶନ କରି ସର୍ବୋଚ୍ଚ ମାର୍କ ରଖିଛନ୍ତି ସେମାନେ ପରବର୍ତ୍ତୀ କାଳରେ ଜିଲ୍ଲା ସ୍ତରୀୟ ଉତ୍ସବରେ ଭାଗନେଇ ରାଜ୍ୟ ସ୍ତର ପାଇଁ ସେଠାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଆଜିର ଉତ୍ସବରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇବା ସହ ଜିଲ୍ଲା ସ୍ତରକୁ ଯାଇଥିବା ବିଦ୍ୟାର୍ଥୀଙ୍କୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଯିବାପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ମୁଖ୍ୟ ଅତିଥି ମୁନିଗୁଡ଼ା ବିଇଓ ଶ୍ରୀଯୁକ୍ତ ଭାସ୍କର ରାଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟ କାମନା କରିଥିଲେ।ସେହିପରି ମୁଖ୍ୟବକ୍ତା ଶ୍ରୀଯୁକ୍ତ ମଲ୍ଲିକ ତାଙ୍କର ଜନଜାତି ବିଭାଗର ଦୀର୍ଘଦିନର ଅନୁଭୂତି ବାଣ୍ଟିବା ସହିତ ଜନଜାତି ପିଲାମାନଙ୍କ ସରଳ ବ୍ୟବହାର,ନିରୀହ ସ୍ଵଭାବ ଏବଂ ସଙ୍ଗୀତ,ନୃତ୍ୟ,ଅଭିନୟରେ ସେମାନଙ୍କ ତ୍ରୀବେଣି ସ୍ୱରୂପ ଆଜି ପୁଣି ତାଙ୍କ ଅତୀତକୁ ଫେରେଇ ନେଇଥିବା କହିଥିଲେ।ସଭିଙ୍କୁ ଆସ୍ରିବାଦ ଜଣାଇଥିଲେ।କାର୍ଯ୍ୟକ୍ରମରେ ୧୧ଟି ସ୍କୁଲର ୧୪୦ ଜଣ ଛାତ୍ରଛାତ୍ରୀମାନେ ୧୨ଟି ଇଭେଣ୍ଟରେ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରଶ୍ମିତା ଦିଗାଲ,ନଣ୍ଡା ବ୍ରେଦେକ,ଅନୁପମା ବେହେରା,ନବୀନ ଚନ୍ଦ୍ର କଂସା ବେହେରା,ନବନିତା ପ୍ରଧାନ,ସସ୍ମିତା ସାମଲ,ଅନ୍ନପୂର୍ଣ୍ଣା ଗିରି,ଇତିଶ୍ରୀ ପ୍ରିୟଦର୍ଶିନୀ,ଲକ୍ଷ୍ମୀପ୍ରିୟା ଦେବୀ ପ୍ରମୁଖ ସହାୟତା କରିଥିବା ବେଳେ ସହଯୋଗୀ ୧୦ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ