ବରଗଡ – ୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଟାଉନ ଥାନା ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ବାହାରି ପ୍ରଥମେ ଏକ ରେଲି ମାଧ୍ୟମରେ ସଚେତନତା କରିଥିଲେ ପରେ ଖଲିଆପାଲି ଆଶ୍ରମ ସ୍କୁଲର ଅହେତୁକ ପାଖରେ ବେଆଇନ ମଦ ବିକ୍ରି କରୁଥିବା ଏକ ଅସାମାଜିକ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟାପକ ପରିମାଣରେ ଦେଶୀ ବିଦେଶୀ ମଦ, ବିଅର ବୋତଲ , କେନ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । କିଛିଦିନ ପୂର୍ବରୁ ବହୁ ସଂଖ୍ୟାରେ ମହିଳା ମାଁ ଭଉଣୀ ମାନେ ବାହାରି ବରଗଡ଼ ଟାଉନ ଥାନାର ଦ୍ୱାରାସ୍ତ ହୋଇ ଅଭିଯୋଗ କରିଥିଲେ ମାତ୍ର ଟାଉନ ପୋଲିସ ତାଙ୍କୁ ପ୍ରମାଣ ସହ ଅଭିଯୋଗ କରିବାକୁ କୁଆଡେ କହିଥିଲେ, ତେଣୁ ସେମାନେ ଗତ ବୁଧବାର ଦିନ ଚାରି ବସ୍ତା ଦେଶୀ ବିଦେଶୀ ମଦ ସହିତ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ ମାତ୍ର ଅଭିଯୋଗ କାରୀ ଘରକୁ ଫେରିବା ପୂର୍ବରୁ ଅଭିଯୁକ୍ତ ମଦ ବେପାରୀ ଆଗୁଆ ଘରକୁ ପହଂଚି ଯାଇଥିଲା ପୋଲିସ ତାକୁ ଛାଡି ଦେଇଥିଲେ। ଗ୍ରାମ ର ମହିଳା ମାନେ ଅଭିଯୋଗ କରିଥିଲେ ଓ ନିତିଦିନିଆ ମଦ ବିକ୍ରି ବନ୍ଦ ନହୋଇ ଚାଲିଥିବାରୁ ଆଜି ଶନିବାର ଶତାଧିକ ମହିଳା ବାହାରି ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ବିଦେଶୀ, ଓ ଦେଶୀ ମଦ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । ପରେ ଘଟଣା ଅନାୟତ ହେବା ପରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ଆପସି ବୁଝାମଣା କରିଥିଲେ । ନିଉଜ ଲେଖା ଯିବା ପର୍ଯ୍ୟନ୍ତ କାହାରି ନାମରେ ଅଭିଯୋଗ ଗ୍ରହଣ କରାଯାଇ ନଥିବା ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।
Related Posts
କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ରଘୁରମ ମାଛ
କୋରାପୁଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ରଘୁରମ ମାଛ ୨୩୩୮ ଭୋଟରେ ବିଜୟୀ |
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ।
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍ ୫ ହଜାର କୋଟି…
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା
କୃଷକ ଉତ୍ପାଦନ କମ୍ପାନୀମାନଙ୍କ ସଶସ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟା କର୍ମଶାଳା ଗଜପତି ୨୮/୦୮ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାର…