– ଭକ୍ତିରେ ଝୁମିଲେ ଦର୍ଶକ, ପାଞ୍ଚ ଦିନ ଧରି ଚାଲିଲା ପ୍ରବଚନ।
ରାୟଗଡ଼ା ରୁ ( ପ୍ରଫୁଲ୍ଲ କୁମାର ବେହେରା)-ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା।ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଜଗତର ନାଥ ଜଗନ୍ନାଥଙ୍କ ମହିମା ଓ ଭକ୍ତଙ୍କ ପ୍ରତି ଭଗବାନଙ୍କ କୃପା ବିଷୟରେ ଟିକିନିଖି ଭାଵେ ବୁଝାଇ ଦେଇଛନ୍ତି ପ୍ରବାଚକ ପଣ୍ଡିତ ଶ୍ରୀ ଆଶୀର୍ବାଦଜୀ ମହାରାଜ। ବାବା ବଳିଆଙ୍କ ଶିଷ୍ୟ ସୁଦୂର କଟକ ଜିଲ୍ଲାରୁ ଆସିଥିଲେ। ରାୟଗଡ଼ ସହର ନିକଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଚଳିତ ମାସ ୨୬ତାରିଖରୁ ୩୦ତାରିଖ ୫ଦିନ ପର୍ୟ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ଜ୍ଞାନମ୍ବୃତ ବାଣ୍ଟି ଥିଲେ। ପବିତ୍ର କୃଷ୍ଣ ହରି ନାମ ସଙ୍କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଭକ୍ତି ଭାବ ଏକ ପ୍ରକାର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ମଙ୍ଗଳା ମନ୍ଦିର ପୁଜା କମିଟି ସଭାପତି ରାଜୁ ସାହୂ, ଉପ ସଭାପତି ବିନାୟକ କର, କାଉନସିଲର ଗୋପିନାଥ ଗୌଡ଼, ମିଟୁ ଭାଇ ଏଵଂ ମନ୍ଦିର କମିଟିର କନିଷ୍ଠ ଓ ବୟଜ୍ୟଷ୍ଟଙ୍କ ଇଛାଶକ୍ତି ପ୍ରଭାଵରେ ୫ଦିନ ବ୍ୟାପି ଜ୍ଞାନ ଯଜ୍ଞରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ନିଜକୁ ଧନ୍ୟ ଧନ୍ୟ ମନେ କରିଛନ୍ତି। କଳିଯୁରେ କେବଳ ପ୍ରଭୁ କଥା, ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ ଏଵଂ ମହିମା ହିଁ ଭବ ସାଗରରୁ ପାର କରିଥାଏ। ଦୀର୍ଘ ୫ଦିନ ବ୍ୟାପି ସଂଧ୍ୟା ୬ଟାରୁ ୯ଟା ପର୍ୟ୍ୟନ୍ତ ପ୍ରବଚନ ଚାଲିଥିଲା। ଆଜି ପୂର୍ଣ୍ଣାହୁତି ହୋଇଛି। ଏହି ପବିତ୍ର ଦିନରେ ଶ୍ରତା ସଙ୍କଳ୍ପ ନେଇଛନ୍ତି ଯେ, ଭଗବାନ ଙ୍କ ମହିମା ଗାଇବା, ନାମ ସଙ୍କୀର୍ତ୍ତନ କରିବା ଦ୍ଵାରା କଳି ଯୁଗର ମଣିଷ ଉପରେ ଏହାର କୌଣସି ପଡ଼ିବ ନାହିଁ।