ଭରତପୁର ଠାରେ ୧୮ତମ ପ୍ରଭାଷୀ ଭାରତୀୟ ଦିବସ ଧୂମଧାମରେ ପାଳନ
ଭୁବନେଶ୍ୱର :- (ରିପୋର୍ଟ କୁନା ଦିଗାଲ )ଭୁବନେଶ୍ୱର ମହାନଗର ନିଗମ ତରଫରୁ ଭରତପୁର ଠାରେ ୧୮ତମ ପ୍ରଭାଷୀ ଭାରତୀୟ ଦିବସ ବହୁ ଆଡମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମହାନଗର ନିଗମ ର ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସିଓ ମାଡାମ, ୱାର୍ଡ ଅଫିସର, ଭରତପୁର ଏସ ଆଇ ଶ୍ରୀମତୀ ରଶ୍ମି ରେଖା କର, ସ୍ୱଛସାଥୀ ଜୟନ୍ତୀ ବେହେରା, ପୂର୍ଣ୍ଣବାସୀ ମହାପାତ୍ର, ସରସ୍ବତୀ ସାହୁ ,ୱାର୍ଡ ସଂଯୋଜକ କୁନା ଦିଗାଲ, ସୁପର ଭାଉଜର ଦୁର୍ଲଭ ବାବୁ, ହାତୀ ବାବୁ, ବିନୟ ନାୟକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଭରାତପୁର ଅଞ୍ଚଳ ତଥା ଗ୍ରାମର ବୁଦ୍ଧିଜୀବି, ମା ମାନେ ଭାଇ ଓ ଭଉଣୀ ଯୋଗ ଦେଇ ପ୍ରଭାସୀ ଭାରତୀୟ ଦିବସ କୁ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମର ଶେଷରେ ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସୁନ୍ଦର ସଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ମା ମାନଙ୍କ ଦ୍ୱାରା ନିଜର କଳା କୁ ପରିବେଷଣ କରି ସୁସ୍ଥ ସମାଜ ଗଠନ ପାଇଁ ସୁନ୍ଦର ବାର୍ତା ଦେଇଥିଲେ l ଶେଷରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା କୁନି କୁନି କଳା ପ୍ରତିଭା ଙ୍କୁ ମାନପତ୍ର ଦେଇ ପୁରସ୍କାର ବିତରଣ କରାଯାଇଥିଲା l ଯାହାକି ଏହା ଅଞ୍ଚଳ ପାଇଁ ବେଶୀ ଆକର୍ଷଣ ଥିବା ଦେଖିବାକୁ ମିଳିଛି l
