ଭରତପୁର ବଜରଙ୍ଗୀ ବିହାରରେ ୭୮ତମ ସ୍ୱାଧୀନତା ଦିବସ ପାଳନ …ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱର ଭରତପୁର ଜି ଏ କଲୋନୀ ନିକଟସ୍ଥ ବଜରଙ୍ଗୀ ବିହାର ଶନି ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ୭୮ତମ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇଯାଇଛି l ଆଜିର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମ, ଓଡିଶା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବଜରଙ୍ଗୀ ବିହାର ର କମିଟି ର ସଭାପତି ଶ୍ରୀମତୀ କ୍ଷେତ୍ରମଣି ଦାସ , ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଜେନା , ଉପଦେଷ୍ଟା ବିଜୟ କର,ଏବଂ ଜୟ ପ୍ରକାଶ, କୃଷ୍ଣ ଚନ୍ଦ୍ର, ସନ୍ତୋଷ କୁମାର ନାୟକ (ବୁଲୁ ), ଆନନ୍ଦ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହାରଣା, ଶଙ୍କର ମଣ୍ଡଳ, କୁନା ଦିଗାଲ, ବୁଦ୍ଧିଜୀବୀ,ଭାଇ ଓ ଭଉଣୀ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ୭୮ତମ ୧୫ ଅଗଷ୍ଟ ସ୍ଵାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ଥିବା ବଜରଙ୍ଗୀ ବିହାର ର ସମସ୍ତ ଜନସାଧାରଣଙ୍କୁ ଦେଶ ସ୍ୱଧିନତା ବିଷୟରେ ସୁନ୍ଦର ଭାବରେ ନିଜର ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଛି । ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ କୁ ସ୍ୱାଧୀନତା ଦେଇଥିବା କ୍ରାନ୍ତିକାରୀ ଙ୍କୁ ଅନେଶ୍ଵଣ କରିବା ବାପା ମା ଙ୍କୁ ଓ ଜାତୀୟ ପତାକାକୁ ସଂମ୍ମାନ ଦେବା, ଦେଶ ର ହିତ ରେ ସର୍ବଦା ଆଗକୁ ବଡ଼ିବା ସୁନ୍ଦର ଭାବରେ ନିଜର ଅଭିଭାଷଣ ରଖିଥିବା ଦେଖିବାକୁ ମିଳିଛି l ବଜରଙ୍ଗୀବିହାର ରେ ମିଳିମିଶି ରହି ବାସ କରି ନିଜର ଜୀବନ, ପରିବାର କୁ ଆଦର୍ଶ ପ୍ରେମରେ ଗୋଡ଼ି ତାଲିବାକୁ ଅବଗତ କରି ଆଜିର ସ୍ୱାଧୀନତା ଦିବସ କୁ ସଫଳତା କରିଥିଲେ l
Related Posts

Cyclone Dana: NDRF teams arrive from Punjab
Cyclone Dana: NDRF teams arrive from Punjab Bhubaneswar: The Indian Air Force (IAF) lifted NDRF teams and relief materials to…

ଶିମିଳିପାଳରେ କୁଙ୍କି ହାତୀ ଭବାନୀର ମୃତ୍ୟୁ
ଶିମିଳିପାଳରେ କୁଙ୍କି ହାତୀ ଭବାନୀର ମୃତ୍ୟୁ କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ ହୋଇଛି।ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ…

ଅଟୋ ଧକ୍କାରେ ବାଇକ ଚାଳକ ମୃତ, ଗୁରୁତର ଆରୋହୀ ଡାକ୍ତରଖାନାରେ
ଅଟୋ ଧକ୍କାରେ ବାଇକ ଚାଳକ ମୃତ, ଗୁରୁତର ଆରୋହୀ ଡାକ୍ତରଖାନାରେ।ଦିଗପହଣ୍ଡି ଥାନା ଅର୍ନ୍ତଗତ ଲାଢି ଗ୍ରାମ ଛକରେ ଏକ ମୋଟରସାଇକେଲ କୁ ଗୋଟିଏ ଦୃତଗାମୀ ଅଟୋ ଧକ୍କାରେ…