ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘଟାନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜନତା ମଇଦାନରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଆରମ୍ଭ ହୋଇଥିବା ସମ୍ମିଳନୀ ଆସନ୍ତାକାଲି ଉଦଯାପିତ ହେବ।ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନ୍ ର ମଧ୍ୟ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଭୂମି ଭାରତର ସମୃଦ୍ଧିର ପ୍ରତୀକ।ଓଡ଼ିଶାର ଐତିହ୍ୟ ଓ ଭାସ୍କର୍ଯ୍ୟ ପ୍ରତ୍ୟେକଙ୍କୁ ଗର୍ବିତ କରେ।ଓଡ଼ିଶାର ବାଲିଯାତ୍ରା ହେଉଛି ବିଶ୍ଵ ବାଣିଜ୍ୟ ପରମ୍ପରାର ପ୍ରତୀକ ଓ ଧଉଳି ହେଉଛି ଶାନ୍ତିର ପ୍ରତୀକ।ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ମୋଦି।ଏଥିରେ ୭୦ ଦେଶର ପ୍ରବାସୀ ଭାରତୀୟ ଯୋଗ ଦେଇଛନ୍ତି।