ଆଜି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗାଡି ମହାରାଷ୍ଟ୍ରର ୟବତମାଲରେ ମହାୟୁତିର ବିଜେପି ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ ପସୁଦରେ ସେ ଏକ ନିର୍ବାଚନ ସଭାରେ ଯୋଗ ଦେଇ ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ସେ ମଞ୍ଚ ଉପରେ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ସେ ତଳେ ପଡି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ଟେକି ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
