ସୁନାବେଡା- ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଲାଇଗୁଡା ପଞ୍ଚାୟତ ସ୍ଥିତ ମନ୍ତ୍ରୀପୁଟ ଗ୍ରାମ ଲୋକେ ନିଜେ ଶ୍ରମଦାନ କରି ନିଜ ଗାଁ ରାସ୍ତାର ମରାମତି କରିଥିବା ଜଣାପଡିଛି। ଗାଁ ଲୋକଙ୍କ କହିବା ଅନୁଯାଇ, ମନ୍ତ୍ରୀପୁଟ ଗାଁକୁ ସଂଯୋଗ କରୁଥିବା ସେତୁର ଶେଷ ମୁଣ୍ଡରୁ ଗାଁ ପର୍ଯ୍ୟନ୍ତ ଏକ କିଲୋମିଟର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଦୀର୍ଘ ବର୍ଷ ହେବ ଖାଲଢ଼େପରେ ପରିପୂର୍ଣ୍ଣ ରହିଥିଲା। ଉକ୍ତ ରାସ୍ତା ଦେଇ ଦଲାଇଗୁଡା, ପିତାଗୁଡା, ଗୁଣ୍ଠାପୁଟ ପଞ୍ଚାୟତର ଲୋକମାନେ ଯିବାଆସିବା କରିଥାନ୍ତି। ବର୍ଷା ଦିନେ ଏହି ରାସ୍ତାରେ ଲୋକମାନେ ଗାଡିମଟରରେ ବିପଦପୂର୍ଣ୍ଣ ଭାବେ ଯିବାଆସିବା କରିଥାନ୍ତି। ବର୍ଷା ଦିନେ ବେଳେ ବେଳେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଲୋକେ ଖଣ୍ଡିଆଖାବରା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଗୁହାରି କରି ଆସୁଛନ୍ତି କିନ୍ତୁ ଗାଁ ଲୋକଙ୍କ ଗୁହାରିକୁ କେହି ମଧ୍ୟ କର୍ଣ୍ଣପାତ କରୁନଥିବାରୁ ପ୍ରଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଥିଲା। ତେଣୁ ଗାଁ ଲୋକେ ଏହି ଖଣ୍ଡିଆଖାବରା ରାସ୍ତାର ମରାମତି ନିଜେ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ। ଗାଁ ଲୋକେ ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ରାସ୍ତାରେ ବଡ଼ ବଡ଼ ଖଣ୍ଡିଆଖାବରା ହୋଇଯାଇଥିବା ସ୍ଥାନ ଗୁଡିକୁ ମେଟାଲ ପକାଇ ମରାମତି କରିଥିବା କହିଛନ୍ତି। ଦୀର୍ଘ ବର୍ଷ ହେବ ପ୍ରଶାସନ ନିକଟରେ ଗାଁ ଲୋକେ ଅଭିଯୋଗ କରି ଆସୁଥିବା ବେଳେ କ’ଣ ପାଇଁ ରାସ୍ତାଟିର ମରାମତି ହେଉନଥିଲା, ଗାଁ ଲୋକଙ୍କ ଅଭିଯୋଗକୁ କ’ଣ ପାଇଁ ପ୍ରଶାସନ ଗୁରୁତ୍ୱ ଦେଉନଥିଲା ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି। ଲୋକଙ୍କର ହିତ ଦୃଷ୍ଟିରୁ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ରାସ୍ତାଟିର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Related Posts
ବରଗଡ ଉପକଣ୍ଠ ଡାଂଗ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ୟୁନିଟ ରକ୍ତ ସଂଗ୍ରହ ।
ବରଗଡ ଉପକଣ୍ଠ ଡାଂଗ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ୟୁନିଟ ରକ୍ତ ସଂଗ୍ରହ । ବରଗଡ଼ ୧୭/୧୦:- (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଉପକଣ୍ଠ ଡାଙ୍ଗ ଗ୍ରାମରେ…
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ତରଫରୁ ଡେଙ୍ଗୁ ମ୍ୟାଲେରିଆ ହାତଧୁଆ ପ୍ରାଥମିକ ଚିକିତ୍ସା ସଚେତନତା ଶିବିର ଅନୁଷ୍ଠିତ ।ଆର, ଉଦୟଗିରି ( ମନୋଜ କୁମାର…
ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ରାଓ ଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ
ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ରାଓ ଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ ରାୟଗଡ…